ସପ୍ତାହକରେ ତିନି ଲକ୍ଷରୁ ଊଦ୍ଧ୍ୱର୍ ସଂକ୍ରମିତ

0 79

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ର ସଂକ୍ରମଣ ଗତି ଅଧିକ ତୀବ୍ର ହେଉଛି । ଦୈନିକ ସଂକ୍ରମଣ ଗତ କିଛିଦିନ ଧରି ଲଗାତାର ଭାବେ ୫୦ ହଜାରରୁ ଅଧିକ ରହୁଛି । ବିଶେଷତଃ ଗତ ସପ୍ତାହରୁ ସଂକ୍ରମଣ ସବୁଠୁ ଭୟଙ୍କର ରୂପ ଧାରଣ କରିଛି । ଗତ ସପ୍ତାହକରେ ୩ ଲକ୍ଷ ୭୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଏଭଳି କେବେ ଦେଖିବାକୁ ମିଳିନଥିଲା । ଗତ ୨୪ ଘଣ୍ଟାରେ ୫୨ ହଜାର ୯୭୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୫ରେ ପହଞ୍ଚିଛି । ସେହିପରି, ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୮ ଜଣ, ଆନ୍ଧ୍ରପ୍ରଦେଶରେ ୧୪୭୪ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୦୫ ଜଣ, ବିହାରରେ ୩୨୯ ଜଣ, ଚଣ୍ଡିଗଡରେ ୧୯ ଜଣ, ଛତିଶଗଡରେ ୫୮ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୦୪ ଜଣ, ଗୋଆରେ ୫୩ ଜଣ, ଗୁଜରାଟରେ ୨୪୮୬ ଜଣ, ହରିୟାଣାରେ ୪୩୩ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୯୬ଜଣ, ଝାଡଖଣ୍ଡରେ ୧୧୮ ଜଣ, କର୍ଣ୍ଣାଟକରେ ୨୪୯୬ଜଣ, କେରଳରେ ୮୨ ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୮୮୬ ଜଣ, ମହାରାଷ୍ଟ୍ରରେ ୧୫୫୭୬ଜଣ, ମଣିପୁର ୭, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌?ରେ ୫ଜଣ, ଓଡିଶାରେ ୧୯୭ ଜଣ, ପୁଦ୍ଦୁଚେରୀରେ ୫୨ ଜଣ, ପଞ୍ଜାବରେ ୪୨୩ ଜଣ, ରାଜସ୍ଥାନରେ ୭୦୩ ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୪୧୩୨ ଜଣ, ତେଲେଙ୍ଗାନାରେ ୫୩୦ ଜଣ, ତ୍ରିପୁରାରେ ୨୭ଜଣ, ଉତ୍ତରାଖଣ୍ଡରେ ୮୬ଜଣ, ଉତ୍ତରପ୍ରଦେଶରେ ୧୭୩୦ ଜଣ ଏବଂ ପଶ୍ଚମବଙ୍ଗରେ ୧୬୭୮ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୪୮୪, ଆନ୍ଧ୍ରପ୍ରଦେଶ ୭୪୪୦୪, ଅରୁଣାଚଳ ପ୍ରଦେଶ ୬୯୯, ଆସାମ ୧୦୪୧୫, ବିହାର ୨୦୩୦୬, ଚଣ୍ଡିଗଡ ୪୦୦, ଛତିଶଗଡ ୨୪୮୨, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୪୧୬, ଦିଲ୍ଲୀ ୧୦୩୫୬, ଗୋଆ ୧୮୦୯, ଗୁଜରାଟ ୧୪୫୭୨, ହରିୟାଣା ୬୩୯୬, ହିମାଚଳ ପ୍ରଦେଶ ୧୧୩୦, ଜମ୍ମୁ ଓ କଶ୍ମୀର ୭୮୯୩, ଝାଡଖଣ୍ଡ ୭୭୨୩, କର୍ଣ୍ଣାଟକ ୭୪୫୯୮, କେରଳ ୧୧୩୬୬, ଲଦାଖ ୩୫୧, ମଧ୍ୟପ୍ରଦେଶ ୯୦୯୯, ମହାରାଷ୍ଟ୍ର ୧୪୮୮୪୩, ମଣିପୁର ୧୦୮୭, ମେଘାଳୟ ୬୦୫, ମିଜୋରାମ ୨୨୪, ନାଗାଲାଣ୍ଡ ୧୨୮୨, ଓଡିଶା ୧୨୭୬୧, ପୁଦ୍ଦୁଚେରୀ ୧୪୪୫, ପଞ୍ଜାବ ୫୯୬୪, ରାଜସ୍ଥାନ ୧୨୩୯୧, ସିକିମ୍‌ ୩୬୮, ତାମିଲନାଡୁ ୫୬୯୯୮, ତେଲେଙ୍ଗାନା ୧୮୫୪୭, ତ୍ରିପୁରା ୧୭୪୨, ଉତ୍ତରାଖଣ୍ଡ ୩୦୭୦, ଉତ୍ତରପ୍ରଦେଶ ୩୮୦୨୩ ଓ ପଶ୍ଚିମବଙ୍ଗ ୨୧୧୦୮ ।

hiranchal ad1
Leave A Reply

Your email address will not be published.

14 + three =