ଡମ୍ଫର୍ ଧକ୍କାରେ ଓଲଟିଲା ବୋଲେରୋ ପିକଅପ୍

0 2,612

hiring

ବୌଦ୍ଧ – ଜାତୀୟ ରାଜପଥ ନମ୍ବର୍ 57 ର ସିଙ୍ଗାରୀ ଛକ ନିକଟରେ ଗୋଟିଏ ଡମ୍ଫର୍ ବିପରିତ ଦିଗରୁ ଆସୁଥିବା ଗୋଟିଏ ବୋଲେରୋ ପିକଅପ୍ କୁ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ସିଙ୍ଗାରୀ ଛକ ନିକଟରେ ବୌଦ୍ଧରୁ ମନମୁଣ୍ଡା ଦିଗରେ ଯାଉଥିବା ଗୋଟିଏ ବୋଲେରୋ ପିକଅପ୍ ( ଓଡି 17 ଏସ 0516 )ଗାଡି କୁ ବିପରିତ ଦିଗରୁ ଆସୁଥିବା ନିର୍ମାଣକାରୀ ସଂସ୍ଥା ଏ.ଆର.ଏସ.ଏସ. ର ଗୋଟିଏ ଡମ୍ଫର୍ ରାସ୍ତା ଉପରେ ଧକ୍କା ଦେଇ ଚାଲି ଯାଇଥିବ ପ୍ରତ୍ୟକ୍ଷଦର୍ଶିଙ୍କ ସୂତ୍ରରୁ ପ୍ରକାଶ l ଫଳରେ ବୋଲେରୋ ପିକଅପ୍ ରାସ୍ତା ଉପରେ ହିଁ ଓଲଟି ପଡିଥିଲା l ଦୁର୍ଘଟଣାରେ ବୋଲେରୋ ପିକଅପ୍ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଖବର୍ ପାଇ ବାଉଁଶୁଣି ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |

hiranchal ad1
Leave A Reply

Your email address will not be published.

sixteen − 11 =