ଭାରତ-ଚୀନ୍ ବୈଠକରେ ସହମତି: ଗଲୱାନ୍ ଘଟଣାର ପୁନରାବୃତ୍ତି ହେବନାହିଁ

0 85

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଏକାଧିକ ପର୍ଯ୍ୟାୟର ଉଚ୍ଚସ୍ତରୀୟ ବୈଠକରେ ବିବାଦ ତୁଟାଇବା ନେଇ ସହମତି ପ୍ରକାଶ ପାଇଛି । ଗଲୱାନ୍ ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଚୀନ୍ ଭାରତକୁ ପ୍ରତିଶ୍ରୁତି ଦେଇଛି । ଏହାଛଡ଼ା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଦୁଇ ଦେଶ ସୀମାରେ ପରସ୍ପରର ଗତିବିଧି ଉପରେ ନିରନ୍ତର ନଜର ରଖିବେ । ତେବେ ବର୍ତ୍ତମାନ ମଧ୍ୟ ସୀମାରେ ଚୀନ୍ର ଗତିବିଧି ଜାରି ରହିଥିବାରୁ ଚୀନ୍ର ପ୍ରତିଶ୍ରୁତି ଉପରେ ଭରସା କରାଯାଇ ନପାରେ ବୋଲି ଜଣେ ଭାରତୀୟ ଅଧିକାରୀ କହିଛନ୍ତି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଲେହ ଗସ୍ତରେ ଯିବେ । ସେଠାରେ ସେ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିବେ । ତା’ସହିତ ସୀମାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିବେ । ସେ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ତାଜା ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି । ତା’ଛଡ଼ା ହସ୍ପିଟାଲକୁ ଯାଇ ଚିକିତ୍ସାଧିନ ଯବାନ୍ମାନଙ୍କୁ ସେ ଭେଟିବେ । ଗଲୱାନ ସଂଘର୍ଷରେ ଯେଉଁ ଭାରତୀୟ ଯବାନ୍ମାନେ ଆହତ ହୋଇଥିଲେ, ସେମାନେ ବର୍ତ୍ତମାନ ମଧ୍ୟ ଚିକିତ୍ସାଧିନ ଅଛନ୍ତି । ପୂର୍ବ ଲଦାଖରେ ସାତ ସପ୍ତାହ ଧରି ଉତ୍ତେଜନା ଲାଗି ରହିଛି । ତାହାକୁ ହ୍ରାସ କରିବା ପାଇଁ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ଗତକାଲି ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା ।
ସୂତ୍ର ଅନୁସାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚୀନ୍ର ତାଙ୍କ ସମକକ୍ଷଙ୍କ ସହ ଜୁନ୍ ୧୭ରେ ହୋଇଥିବା ସହମତି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆଲୋଚନାରେ ଦାୟିତ୍ୱର ସହ ସମଗ୍ର ପରିସ୍ଥିତିର ସମ୍ମୁଖୀନ ହେବା ନେଇ ସହମତି ପ୍ରକାଶ ପାଇଥିଲା । ସୂତ୍ର ଅନୁସାରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ରୁ ପଛକୁ ହଟିବା ପ୍ରକ୍ରିୟା ଜଟିଳ ଅଟେ । ସେ କହିଛନ୍ତି ଯେ, ବୈଠକରେ ହୋଇଥିବା ଆଲୋଚନାରେ ବ୍ୟକ୍ତ ହେଉଛି ଯେ, ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲରେ ବିବାଦ କମାଇବା ପାଇଁ ଉଭୟ ପକ୍ଷ ପ୍ରତିବଦ୍ଧ ଅଟେ । ଆପୋଷ ବୁଝାମଣା ଉଚିତ୍ ସମାଧାନ ଉପରେ ପହଞ୍ଚିବା ପାଇଁ ସୈନ୍ୟ, କୂଟନୈତିକ ସ୍ତରରେ ଅଧିକ ବୈଠକ ହେବାର ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

nineteen + two =