ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ

0 73

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଛି ସତ; କିନ୍ତୁ ଏପର୍ଯ୍ୟନ୍ତ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ପୁନର୍ବାର ସ୍ପଷ୍ଟ କରିଛନ୍ତି । କରୋନା ସ୍ଥିତିର ସମୀକ୍ଷା ବୈଠକରେ ସେ ଏହା ପ୍ରକାଶ କରି କହିଛନ୍ତି ଯେ, ସଂକ୍ରମଣକୁ ରୋକିବା ପାଇଁ ସବୁପ୍ରକାର ଉପାୟ ଅବଲମ୍ବନ କରାଯାଉଛି । ଏହି ଆଲୋଚନାରେ ମନ୍ତ୍ରୀମାନେ କରୋନା ମୁକାବିଲାର ତାଜା ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ମୁତାବକ, ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଦେଶରେ ୨୪ଘଣ୍ଟାରେ ୨୪,୮୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି । ସମଗ୍ର ଦେଶରେ ଏବେ ୭୬୭୨୯୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୭୬୩୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୧,୧୨୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯୭୮୯ ରହିଛି ।

hiranchal ad1
Leave A Reply

Your email address will not be published.

one × 3 =