ପୁଣି ଦିନକରେ ୨୪ ହଜାରରୁ ଊଦ୍ଧ୍ୱର୍ ଆକ୍ରାନ୍ତ

0 82

ନୂଆଦିଲ୍ଲୀ : ଭାରତ ସଂକ୍ରମଣ କ୍ଷେତ୍ରରେ ଏବେ ଋଷିଆକୁ ଅତିକ୍ରମ କରି ତୃତୀୟ ସ୍ଥାନରେ ପହଞ୍ଚିଛି । ପ୍ରତିଦିନ ୨୦ରୁ ୨୪ ହଜାର ପର୍ଯ୍ୟନ୍ତ ରୋଗୀ ବୃଦ୍ଧି ପାଉଥିବାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୪ ହଜାରରୁ ଅଧିକ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୪ ହଜାର ୨୪୮ ଜଣ ଆକ୍ରାନ୍ତ ବାହାରିଛନ୍ତି । ଏଥିସହ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ରେ ପହଞ୍ଚିଛି । ସେହିପରି, ଦିନକରେ ୪୨୫ଜଣଙ୍କର ମୃତ୍ୟୁ ଘଟିଛି । ଏହାପରେ ମୃତ୍ୟୁ ସଂଖ୍ୟା ୧୯ ହଜାର ୬୯୩କୁ ବୃଦ୍ଧି ପାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୩୨ ଜଣ, ଅରୁଣାଚଳ ପ୍ରଦେଶରେ ୧ ଜଣ, ଆସାମରେ ୧୪ ଜଣ, ବିହାରରେ ୯୫ ଜଣ, ଚଣ୍ଡିଗଡରେ ୬ ଜଣ, ଛତିଶଗଡରେ ୧୪ ଜଣ, ଦିଲ୍ଲୀରେ ୩୦୬୭ ଜଣ, ଗୋଆରେ ୭ ଜଣ, ଗୁଜରାଟରେ ୧୯୪୩ ଜଣ, ହରିୟାଣାରେ ୨୬୫ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୩୨ ଜଣ, ଝାଡଖଣ୍ଡରେ ୧୯ ଜଣ, କର୍ଣ୍ଣାଟକରେ ୩୭୨ ଜଣ, କେରଳରେ ୨୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୦୮ ଜଣ, ମହାରାଷ୍ଟ୍ରରେ ୮୮୨୨ ଜଣ, ମେଘାଳୟରେ ୧ ଜଣ, ଓଡିଶାରେ ୩୬ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୬୪ ଜଣ, ରାଜସ୍ଥାନରେ ୪୫୬ ଜଣ, ତାମିଲନାଡୁରେ ୧୫୧୦ ଜଣ, ତେଲେଙ୍ଗାନାରେ ୨୯୫ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୨ ଜଣ, ଉତ୍ତରପ୍ରଦେଶରେ ୭୮୫ ଜଣ ଏବଂ ପଶ୍ଚମବଙ୍ଗରେ ୭୫୭ ଜଣ ।

hiranchal ad1
Leave A Reply

Your email address will not be published.

14 − two =