ଶପଥ ନେଲେ ମନୋଜ ସିହ୍ନା

0 85

ଜମ୍ମୁ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ଦ୍ୱିତୀୟ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ବୁଧବାର ଗିରିଶ ଚନ୍ଦ୍ର ମୁର୍ମୁ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ବରିଷ୍ଠ ବିଜେପି ନେତା ମନୋଜ ସିହ୍ନାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ ନିଯୁକ୍ତ କରାଯାଇଥିଲା ।
ସୂଚନା ମୁତାବକ, ୬୧ ବର୍ଷୀୟ ସିହ୍ନା ପୂର୍ବ ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ସ୍ଥିତ ମୋହନପୁରରେ ଜୁଲାଇ ୧, ୧୯୫୯ରେ ଜନ୍ମ ଗ୍ରହଣ କରିଥିଲେ । ପୂର୍ବ ଉତ୍ତରପ୍ରଦେଶର ପଛୁଆ ଗ୍ରାମ ଗୁଡିକ ପାଇଁ ସେ ଅତି ସକ୍ରିୟ ଭାବେ କାମ କରିଥିଲେ । ୧୯୮୨ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ନିର୍ବାଚିତ ହେବା ସହ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ୧୯୮୬ରେ ସେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୯୯ରେ ପୁନର୍ବାର ନିର୍ବାଚିତ ହେଲେ । ୨୦୧୪ ଲୋକସଭା ନିର୍ବାଚନରେ ସିହ୍ନା ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ମୋଦି ସରକାରର ପ୍ରଥମ ପାଳିରେ ପ୍ରଥମେ ସେ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ ଏବଂ ପରେ ସେ ସଞ୍ଚାର ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱ ନେଇଥିଲେ ।

hiranchal ad1
Leave A Reply

Your email address will not be published.

11 − seven =