ଏସିଆର ସର୍ବବୃହତ ସୌରଶକ୍ତି ପ୍ଲାଣ୍ଟ ଲୋକାର୍ପିତ

0 80

ନୂଆଦିଲ୍ଲୀ : ଭାରତକୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନିର୍ଭରଶୀଳ କରିବା ଦିଗରେ ଦେଶ ଆଉ ପାଦେ ଆଗକୁ ଯାଇଛି । ଆଜି ରେୱା ଅଲଟ୍ରା ମେଗା ସୌରଶକ୍ତି ପ୍ରକଳ୍ପ ବା ପ୍ଲାଣ୍ଟ ଲୋକାର୍ପିତ ହୋଇଛି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରିଛନ୍ତି । ଏହା ଏସିଆର ସର୍ବବୃହତ ସୌରଶକ୍ତି ପ୍ଲାଣ୍ଟ ।
ଏହି ପ୍ରୋଜେକ୍ଟ୍ ବାର୍ଷିକ ୧୫ ଲକ୍ଷ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରାଇବ । ଜାତି ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିବା ପରେ ପ୍ରଧାନମନ୍ତ୍ରୀ କହିଲେ, କେବଳ ଆଜିର ନୁହେଁ, ସୌରଶକ୍ତି ଏକବିଂଶ ଶତାବ୍ଦୀର ପ୍ରମୁଖ ଶକ୍ତି ଆବଶ୍ୟକତାର ମାଧ୍ୟମ ହେବ । କାରଣ ସୌରଶକ୍ତି ହେଉଛି ସୁନିଶ୍ଚିତ, ନିର୍ମଳ ଓ ନିର୍ଭରଯୋଗ୍ୟ । ସେ ଆହୁରି କହିଲେ ଯେ, ଆଜି ରେୱା ଇତିହାସ ଲେଖିଲା । ରେୱା ମାଆ ନର୍ମଦା ଏବଂ ଧଳାବାଘ ପାଇଁ ସୁପରିଚିତ । ଏବେ ଏହି ପରିଚୟରେ ଏସିଆର ସର୍ବବୃହତ ସୌରଶକ୍ତି ପ୍ରକଳ୍ପ ମିଶିଲା । ମୁଁ ମଧ୍ୟପ୍ରଦେଶବାସୀଙ୍କୁ ଅଭିବାଦନ ଜଣାଇବା ସହ ଶୁଭେଚ୍ଛ ଜଣାଉଛି । ଏହି ଦଶନ୍ଧିରେ ରେୱାର ଏହି ସୌର ପ୍ଲାଣ୍ଟ୍ ସମଗ୍ର ଅଞ୍ଚଳକୁ ବିରାଟ ଶକ୍ତି କେନ୍ଦ୍ର କରିବାରେ ସହାୟକ ହେବ ।
ଏହି ଭର୍ଚୁଆଲ୍ ଉଦ୍ଘାଟନୀ ଉତ୍ସବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ୍, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ଅକ୍ଷୟଶକ୍ତି ମନ୍ତ୍ରୀ ଆର୍ କେ ସିଂହ ଏବଂ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three + three =