ସ୍ଥିତି ସାଙ୍ଘାତିକ: ଅଧଲକ୍ଷ ଟପିଲା ଦୈନିକ ସଂକ୍ରମଣ

0 89

ନୂଆଦିଲ୍ଲୀ : ଭାରତରେ କରୋନାର ଦୈନିକ ସଂକ୍ରମଣ ଆଜି ସଙ୍ଗୀନ୍‌ ସ୍ଥିତିରେ ପହଞ୍ଚିଛି । ଦେଶରେ କରୋନାକୁ ଛଅ ମାସ ପୁରିବାକୁ ଯାଉଥିବା ବେଳେ ଗତ ୨୪ ଘଣ୍ଟାରେ ଦିନକର ସଂକ୍ରମଣ ଅଧଲକ୍ଷ ଅତିକ୍ରମ କରିଛି । ଏହି ଅବଧିରେ ୫୨ ହଜାର ୧୨୩ ଜଣ ନୂଆ କରୋନା ରୋଗୀ ଚିହ୍‌ଟ ହୋଇଛନ୍ତି । ପୂର୍ବରୁ ଦୈନିକ ସଂକ୍ରମଣ କେବେବି ଏତେ ସଂଖ୍ୟାରେ ପହଞ୍ଚି ନଥିଲା । ଏହା ପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୪୯ ହଜାର ୯୩୧ । ଗତ ୨୪ ଘଣ୍ଟାରେ ୭୭୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବ୍ରାଜିଲ, ଆମେରିକା, ମେକ୍ସିକୋ ପରେ ଭାରତରେ ସବୁଠାରୁ ଅଧିକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁଯାୟୀ, ଦେଶରେ ସଂକ୍ରାମିତଙ୍କ ସଂଖ୍ୟା ପାଖାପାଖି ୧୬ ଲକ୍ଷ ହୋଇଛି ଜ୍ଝ ପାଖାପାଖି ୩୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।
ଦେଶରେ ଏବେ ସୁଦ୍ଧା ୧୫ ଲକ୍ଷ ୮୩ ହଜାର ୭୯୨ ଜଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ୩୪ ହଜାର ୯୬୮ ଜଣ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ୧୦ ଲକ୍ଷ ୨୦ ହଜାର ୫୮୨ ଜଣ ସୁସ୍ଥ ହୋଇଛନ୍ତି ।୫ ଲକ୍ଷ ୨୮ ହଜାର ଲୋକଙ୍କର ଚିକିତ୍ସା ଜାରି ରହିଛି । ଅର୍ଥାତ ଦେଶରେ ବର୍ତ୍ତମାନ ୩୩.୩୫ ପ୍ରତିଶତ ଆକ୍ଟିଭ ମାମଲା ରହିଛି । କରୋନା ସଂକ୍ରମିତ ମାମଲାରେ ଦୁନିଆରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ଯଦି ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମଣ ମାମଲା ଓ ମୃତ୍ୟୁ ମାମଲାରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ଅଛି । ଆମେରିକାରେ ଏବେ ସୁଦ୍ଧା ୪୫ ଲକ୍ଷ ୬୮ ହଜାର ୩୭ ଜଣ ସଂକ୍ରମିତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + 2 =