ସୀମା ବିବାଦ: ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଓ ଚୀନ୍ ରାଜି

0 73

ନୂଆଦିଲ୍ଲୀ : ଲଦାଖ୍ ଓ ସିକିମ୍‌ର ଡୋକଲାମ୍‌ରେ ସୀମାରେ କେତେକ କାର୍ଯ୍ୟକଳାପକୁ ନେଇ ଦେଖାଦେଇଥିବା ବିବାଦର ଆଶୁ ସମାଧାନ ପାଇଁ ଉଭୟ ଚୀନ୍ ଓ ଭାରତ ରାଜି ହୋଇଛନ୍ତି । ଆଜି ଦୁଇ ଦେଶର ବରିଷ୍ଠ ସେନାଧିକାରୀଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା । ଆଲୋଚନାରେ ହୋଇଥିବା ନିଷ୍ପତ୍ତି ସଂପର୍କରେ କୌଣସି ପକ୍ଷ ଔପଚାରିକ ଭାବେ ସୂଚନା ଦେଇନଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମ ସୂତ୍ରରେ କୁହାଯାଇଛି ଯେ, ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା । ଉଭୟ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ପାଇଁ ସହମତ ହୋଇଛନ୍ତି । ଦ୍ୱିପାକ୍ଷିକ ରାଜିନାମା ଆଧାରରେ ସମାଧାନ ହେବ । ପୂର୍ବରୁ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପୂର୍ବରୁ ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ସମସ୍ୟାର ସମାଧାନ ଲାଗି ଉଭୟ ଏକମତ ହୋଇଥିବା କୁହାଯାଉଛି । ତେବେ ବର୍ତ୍ତମାନର ପରିସ୍ଥିତିରେ ଭାରତୀବିବାଦୀୟ ସ୍ଥଳରୁ ସେନା ଫେରାଇ ନେବା ସ୍ଥିତିରେ ନାହିଁ । ଉତ୍ତେଜନାସମ୍ପନ୍ନ ଭାବେ ଅପସାରିତ ହୋଇ ସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବା ପରେ ଯାଇ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେନା ସୂତ୍ରରେ କୁହାଯାଇଛି । ଉଭୟ କୂଟନୈତିକ ଓ ରାଜନୈତିକ ସ୍ତରରେ ସଂପର୍କ ସ୍ୱାଭାବିକ ନହେଲେ ପରିସ୍ଥିତିରେ ସୁଧାର ଆସିବ ନାହିଁ । ସୀମାନ୍ତରେ ଉଭୟ ଦେଶର ସୈନ୍ୟ ଉପସ୍ଥିତ ଅଛନ୍ତି । ସେମାନଙ୍କ ମଧ୍ୟରେ ବେଳେବେଳେ ମୁହାଁମୁହିଁ ସ୍ଥିତି ଦେଖାଦେଇଛି । ଅନେକ କ୍ଷେତ୍ରରେ ଚୀନ୍‌ର ସୈନିକମାନେ ଭାରତୀୟ ଅଞ୍ଚଳ ଆଡକୁ ମାଡ଼ିଆସି ଭାରତୀୟ ଯବାନ୍‌ମାନଙ୍କ ସହିତ ମୁହାଁମୁହିଁ ହେଲାଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି । ଗତ ଦୁଇ/ତିନି ମାସ ମଧ୍ୟରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଭାରତ ସମ୍ପୃକ୍ତ ସ୍ଥାନକୁ ଅଧିକ ଯବାନ୍ ପଠାଇ ସ୍ଥିତି ଉପରେ ସତର୍କ ନଜର ରଖୁଛି ।

hiranchal ad1
Leave A Reply

Your email address will not be published.

17 − three =