୨୪ ଘଣ୍ଟା ନପୁରୁଣୁ ନିଷ୍ପତ୍ତି ବିରୋଧରେ ଗଲା ଚୀନ୍‌

0 71

ନୂଆଦିଲ୍ଲୀ : ସୀମା ସମସ୍ୟାର ସମାଧାନ ପାଇଁ ହୋଇଥିବା ଆଲୋଚନାକୁ ୨୪ ଘଣ୍ଟା ନପୁରୁଣୁ ଚୀନ୍ ପୁଣି ସୀମାନ୍ତରେ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ କରିଛି । ସୀମାନ୍ତରେ ଚୀନ୍ ସୈନ୍ୟଙ୍କ ଗତିବିଧି ସକ୍ରିୟ ହୋଇଥିବା ଲକ୍ଷ୍ୟ କରାଯାଇଛି । ତା\’ସାଙ୍ଗକୁ ଚୀନ୍ ସୀମାନ୍ତରେ ସେନା ହେଲିକପ୍ଟର ଉଡ଼ାଇଥିବା ଦେଖିବାକୁ ମିଳିଛି । ସୀମାରେ ଚୀନ୍‌ର ଏଭଳି ଗତିବିଧି ବୃଦ୍ଧି ନେଇ ଭାରତ ଅସନ୍ତୋଷ ପ୍ରକାଶ କରିଛି । ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ଚୀନ୍‌ର ସେନା ହେଲିକପ୍ଟର ବାରମ୍ବାର ଉଡ଼ିବା ଘଟଣା ସମସ୍ତଙ୍କୁ ଚକ୍କିତ କରିଛି । ଭାରତ ମନରେ ଭୟ ସୃଷ୍ଟି କରିବା ଲାଗି ଚାଇନା ଏଭଳି କରୁଥିବା ଅନୁମାନ କରାଯାଉଛି । ତେବେ ସଦ୍ୟ ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ମଧ୍ୟ ସୀମାରେ ସଜାଗ ରହିଛି । ଯେକୌଣସି ପ୍ରତିକୂଳ ପରିସ୍ଥିତିର ଜବାବ ଦେବା ଲାଗି ସେନା ପ୍ରସ୍ତୁତ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଭାରତୀୟ ସୀମା ନିକଟରେ ଗତ ସାତରୁ ଆଠଦିନ ହେଲା ଚାଇନା ବ୍ୟାପକ ସଂଖ୍ୟାରେ ହେଲିକପ୍ଟର ଉଡ଼ାଇବାରେ ଲାଗିଛି । ଭାରତର ପ୍ରତିବାଦ ସତ୍ତ୍ୱେ ଚାଇନା ଆଜି ସୀମାରେ ଏଭଳି କାର୍ଯ୍ୟରେ ଲିପ୍ତ ରହିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ପ୍ରକୃତରେ ଚାଇନା ସମସ୍ୟାର ସମାଧାନ ପାଇଁ ଆଗ୍ରହୀ ନୁହେଁ । ଏହା ପୂର୍ବରୁ ମଧ୍ୟ ସୀମାରେ ଚାଇନା ସେନା ହେଲିକପ୍ଟର ଉଡ଼ାଇଥିଲା । ତା’ସହ ଲଦାଖ ସୀମାରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ସୀମା ସମସ୍ୟାର ସମାଧାନ ପାଇଁ ଶନିବାର ଉଚ୍ଚସ୍ତରୀୟ ସେନା ବୈଠକ ଅନୁଷ୍ଠିତ ହୋଇଥିଲା । ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇ ଦେଶ ବୈଠକରେ ସହମତି ପ୍ରକାଶ କରିଥିଲେ । ଏ ନେଇ ରବିବାର ଭାରତ ସରକାର ଆନୁଷ୍ଠାନିକ ଭାବେ ସୂଚନା ଦେଇଥିଲେ । ଦ୍ୱିପାକ୍ଷିକ ରାଜିନାମା ଆଧାରରେ ସମସ୍ୟାର ସମାଧାନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବୈଠକକୁ ୨୪ ଘଣ୍ଟା ନପୁରୁଣୁ ଚୀନ୍ ପୁନର୍ବାର ଉତ୍ତେଜନାମୂଳକ କାର୍ଯ୍ୟ କରିଥିବାରୁ ଆଲୋଚନାର କୌଣସି ମୂଲ୍ୟ ନାହିଁ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

four × 4 =