ଦେଶରେ ଶିକ୍ଷାନୁଷ୍ଠାନ ଖୋଲିଲା ବେଳକୁ ଅଗଷ୍ଟ ହୋଇଯିବ

0 100

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସାରା ଦେଶରେ ସ୍କୁଲ, କଲେଜ୍ ଆଦି ବନ୍ଦ ରହିଛି । ଏଗୁଡ଼ିକ କେବେ ଖୋଲିବ, ତାହା ନିର୍ଦ୍ଦିଷ୍ଟ ହୋଇନାହିଁ । ପୂର୍ବରୁ ଜୁଲାଇ ମାସରେ ଖୋଲିବ ବୋଲି କୁହାଯାଉଥିଲେ ମଧ୍ୟ ତାହା ସମ୍ଭବ ନୁହେଁ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲଙ୍କ ଏକ ବିବୃତିରୁ ଜଣାପଡ଼ିଛି । ତାଙ୍କ ବିବୃତିକୁ ବିଚାରକୁ ନିଆଗଲେ ଦେଶରେ ଶିକ୍ଷାନୁଷ୍ଠାନ ଖୋଲିଲା ବେଳକୁ ଅଗଷ୍ଟ ହୋଇଯିବ । କାରଣ ଦେଶରେ କରୋନା ସ୍ଥିତି ଏବେବି ଗୁରୁତର ଅବସ୍ଥାରେ ରହିଛି । ପ୍ରତିଦିନ ଆଠ ହଜାରରୁ ଅଧିକ ନୂଆ ରୋଗୀ ବାହାରୁଛନ୍ତି । ଶିକ୍ଷାନୁଷ୍ଠାନ ଖୋଲିଲେ ପିଲାମାନଙ୍କ ଭିଡ଼ ରହିବ । ଏହାଦ୍ୱାରା ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂକ୍ରମଣ ସୃଷ୍ଟିହେବ । ଏ ଦୃଷ୍ଟିରୁ ଜୁନ୍ କିମ୍ବା ଜୁଲାଇରେ ଶିକ୍ଷାନୁଷ୍ଠାନ ଖୋଲିବାର ସମ୍ଭାବନା ବହୁତ କମ୍ । ମନ୍ତ୍ରୀ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ, ସ୍ୱାଧୀନତା ଦିବସ ପରେ ସ୍କୁଲ, କଲେଜ୍ ଖୋଲିବାକୁ ଅନୁମତି ମିଳିପାରେ ।

hiranchal ad1
Leave A Reply

Your email address will not be published.

two × one =