ଚୀନ୍ର ପୁଣି ବିଶ୍ୱାସଘାତକତା

0 143

ନୂଆଦିଲ୍ଲୀ : ଚୀନ୍ ଭାରତ ସହିତ ପୁଣି ବିଶ୍ୱାସଘାତକତାର କରିଛି । ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ହ୍ରାସ କରିବା ଲାଗି ଚୀନ୍ ଭାରତ ସହ କଥାବାର୍ତ୍ତା ବୈଠକରେ ଯୋଗ ଦେଇ ସୈନ୍ୟ ହଟାଇ ନେବା ଲାଗି ପ୍ରତିଶ୍ରୁତି ଦେଇଥିଲା । ଭାରତ ପକ୍ଷରୁ ସୈନିକ ପ୍ରତ୍ୟାହାର ପାଇଁ ଦାବି ରଖାଯାଇଥିଲା ଏବଂ ତାହାକୁ ଚୀନ୍ ମାନିବ ବୋଲି ବୈଠକରେ କୁହାଯାଇଥିଲା । କିନ୍ତୁ ଗୋଟିଏ ପଟେ ବୈଠକ ଚାଲିଥିବା ବେଳେ ସେହି ସଭୟରେ ଚୀନ୍ ସୀମାରେ ୨୦ ହଜାରରୁ ଅଧିକ ସୈନ୍ୟ ମୂତୟନ କରିଛି । ଏଲ୍ଏସି ନିକଟରେ ଏକାଧିକ କ୍ୟାମ୍ପ କରି ସୈନ୍ୟମାନଙ୍କୁ ଠୁଳ କରିଛି । ଚୀନ୍ର ଏଭଳି କାର୍ଯ୍ୟକୁ ନେଇ ଭାରତ ତୀବ୍ର ପ୍ରତିବାଦ ଜଣାଇଛି ।
ସରକାରୀ ସୂଚନାନୁସାରେ, ଚୀନ ନିଜ ସୈନ୍ୟର ୨ ଡିଭିଜନକୁ ଏଲଏସି ଇଷର୍ଣ୍ଣ ଲଦାଖ ସେକ୍ଟରରେ ମୁତୟନ କରିଛି । ଆଉ ଏକ ଡିଭିଜିନ ସିନଜିୟାଙ୍ଗରେ ରହିଛନ୍ତି । ଏହା ଏଲଏସିଠାରୁ ୧ ହଜାର କିମି ଦୂର ହେଲେ ମଧ୍ୟ ୪୮ ଘଣ୍ଟାରେ ସୀମାରେ ପହଁଚିପାରିବେ । ଭାରତ ଏହା ଉପରେ କଡା ନଜର ରଖିଛି । ଚୀନ ସାଧାରଣ ଭାବେ ତିବ୍ଦତ ଅଞ୍ଚଳରେ ପୂର୍ବରୁ ଦୁଇଟି ଡିଭିଜନ୍ ମୁତୟନ କରିଥିବା ବେଳେ ଆଉ ୨ ଡିଭିଜିନ ମୁତୟନ କରିଛି ।
ଗଲୱାନରେ ପେଟ୍ରୋଲ ପଏଣ୍ଟ ୧୪ ବ୍ୟତୀତ ପାଙ୍ଗଙ୍ଗ ହ୍ରଦ, ସିଙ୍ଗର୍ ଏରିଆରେ ମଧ୍ୟ ଚୀନ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରିଛି । ଫିଙ୍ଗର ୮ରେ ସେ ନିଜର ପ୍ରଶାସନିକ ବେସ୍ କ୍ୟାମ୍ପ୍ ପ୍ରସ୍ତୁତ କରିଛି । ଏହାସହ ଫିଙ୍ଗର ୪ ଯାଏଁ ଭାରତର ମୁକାବିଲା କରିବା ପାଇଁ ଚୀନ ରଣନୀତି ପ୍ରସ୍ତୁତ କରିଛି ।
ପୂର୍ବରୁ ମେ ୧୮ ଓ ୧୯ରେ ଏହି ଫିଙ୍ଗର୍ ଏରିଆରେ ଚୀନ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରିଥିଲା । ଏଠାରେ ପ୍ରାୟ ୨୫୦୦ ଚୀନା ସୈନିକ ପହଁଚିଥିଲେ । ଭାରତର ୨୦୦ ଯବାନ ସେଠାରେ ଉପସ୍ଥିତ ଥିଲେ । ଏଠାରେ ଭାରତୀୟ ଯବାନଙ୍କୁ ପେଟ୍ରୋଲିଂ କରୁଥିବା ବେଳେ ଚୀନ ସୈନ୍ୟ ରୋକିବାକୁ ଚେଷ୍ଟା କରୁଥିଲେ । ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଲଦାଖରେ ଲାଗିରହିଥିବା ବିବାଦ ମଧ୍ୟରେ ପାକିସ୍ତାନ ଗିଲଗିଟ-ବାଲଚିସ୍ତ୍ଥାନରେ ୨୦ ହଜାର ସୈନ୍ୟଙ୍କୁ ମୁତୟନ କରିଛି । ପାକିସ୍ତାନ ଚୀନର କହିବାନୁସାରେ ଏପରି କରିଥିବା କୁହାଯାଉଛି ।

hiranchal ad1
Leave A Reply

Your email address will not be published.

sixteen + seventeen =