ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କରୋନା

0 83

ରାଞ୍ଚି: ଦେଶରେ ଜଣକ ପରେ ଜଣେ ବରିଷ୍ଠ ରାଜନେତା, ସାଂସଦ, ବିଧାୟକ ଓ ମନ୍ତ୍ରୀ କରୋନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏବେ ଜଣେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ହେଉଛନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ସେ ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି ।
ବୁଧବାର ଦିନ ଏକ ବିବୃତିରେ ଝାଡଖଣ୍ଡ ରାଜ୍ୟ ସରକାର କହିଛନ୍ତି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ୍ କ୍ୱାରେଣ୍ଟିନ୍ରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ପ୍ରବେଶ ନିଷେଧ କରାଯାଇଛି । ମୁଖ୍ୟମନ୍ତ୍ରୀ ଗତକାଲି କୋଭିଡ୍-୧୯ ପଜିଟିଭ୍ ଜଣାପଡିଥିବା ରାଜ୍ୟ ମନ୍ତ୍ରୀ ମିଥିଳେଶ ଠାକୁରଙ୍କ ସଂସ୍ପର୍ଶରେ ଆସିଥିଲେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମଧ୍ୟ ହୋମ୍ କ୍ୱାରେଣ୍ଟିନ୍ରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସୋରେନ୍ କହିଛନ୍ତି । କ୍ୱାରେଣ୍ଟିନ୍ରେ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନମୁନା ପରୀକ୍ଷା କରାଯିବା ଲାଗି ବ୍ୟବସ୍ଥା କରାଯାଉଛି ।
କରୋନାଭାଇରସ୍ ଆକ୍ରାନ୍ତ ମନ୍ତ୍ରୀ ଠାକୁର ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚା ବିଧାୟକ ମଥୁରା ମହାତୋଙ୍କ ଆଶୁ ଆରୋଗ୍ୟ ମଧ୍ୟ ସେ କାମନା କରିଛନ୍ତି । ଦୁହେଁ ରାଷ୍ଟ୍ରାୟତ ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ରେ ଭର୍ତ୍ତି ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

two × two =