ପିଓକେବାସୀ ନିଶ୍ଚୟ ଭାରତର ଅଂଶ ହେବାକୁ ଚାହିଁବେ: ରାଜନାଥ

0 63

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କାଶ୍ମୀରର ଚେହେରା ସମ୍ପୂର୍ଣ୍ଣ ଭାବରେ ବଦଳାଇବା ଦିଗରେ ଉଦ୍ୟମ କରୁଛନ୍ତି । ଏକାଧିକ ବିକାଶମୂଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ଏହି ପରିବର୍ତ୍ତନ ଅଣାଯିବ । ଯାହାଫଳରେ ପାକ୍ ଅôଦକୃତ କାଶ୍ମୀର (ପିଓକେ)ର ଲୋକମାନେ ଭାରତର ଅଂଶ ହେବାକୁ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ । ଆଜି ଏକ ଭର୍ଚୁଆଲ୍ ଜନସମ୍ବାଦ ର୍ୟାଲିକୁ ସମ୍ବୋଧିତ କରିବା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି । ଜମ୍ମୁ-କାଶ୍ମୀର ପାଇଁ ଉଦ୍ଦିଷ୍ଟ ଏହି ର୍ୟାଲିକୁ ସମ୍ବୋଧିତ କରି ସେ କହିଥିଲେ ଯେ, ପିଓକେର ଲୋକମାନେ ଯେତେବେଳେ ପାକିସ୍ତାନରୁ ମୁକ୍ତ ହେବା ଲାଗି ଇଚ୍ଛା କରିବେ ଏବଂ ଭାରତର ଅଂଶ ହେବାକୁ ଚାହିଁବେ, ସେତେବେଳେ ପାର୍ଲାମେଣ୍ଟର ଏକ ସଂକଳ୍ପ ସାକାର ହେବ । ସେହି ସଂକଳ୍ପରେ କୁହାଯାଇଛି ଯେ, ପିଓକେ ହେଉଛି ଭାରତର ଅଭିଚ୍ଛେଦ୍ୟ ଅଙ୍ଗ । ଆମ ସରକାର ପିଓକେ ଅଧିବାସୀମାନଙ୍କୁ ଏହି ସନ୍ଦେଶ ପଠାଇ ସାରିଛନ୍ତି ଯେ, ଜମ୍ମୁ-କାଶ୍ମୀର ବର୍ତ୍ତମାନ ଅଗ୍ରଗତି ବା ବିକାଶ ପଥରେ ଆଗେଇ ଚାଲିଛି । କାରଣ ବିକାଶ ହିଁ ସରକାରଙ୍କର ବଡ଼ ପ୍ରାଥମିକତା । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟକ୍ରମ ବଳରେ ଜମ୍ମୁ-କାଶ୍ମୀରର ଚେହେରା ସଂପୂର୍ଣ୍ଣ ବଦଳିଯିବ ଏବଂ ଏକ ନୂଆ ଚେହେରା ଦେଖିବାକୁ ମିଳିବ । ଯାହାକୁ ପିଓକେର ଲୋକମାନେ ଦେଖି ବିସ୍ମିତ ଓ ଖୁସି ହେବେ । ଏହାପରେ ସେମାନେ ନିଶ୍ଚୟ ଭାରତର ଅଂଶ ହେବା ଲାଗି ଇଚ୍ଛା ପ୍ରକାଶ କରିବେ । ପିଓକେ ଭାରତର ବୋଲି ଆମେ ଯେଉଁ ଦୃଢେ଼ାକ୍ତି କରୁଛୁ, ତାହା ଲୋକଙ୍କର ସେହି ଇଚ୍ଛାରୁ ପ୍ରମାଣିତ ହେବ ବୋଲି ରାଜନାଥ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 14 =