କରୋନା ମୃତ୍ୟୁ ୫୫ ହଜାର ନିକଟବର୍ତ୍ତୀ

0 82

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୨୯ ଲକ୍ଷ ୫ ହଜାର ୮୨୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୬୮ ହଜାର ୮୯୮ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି, ଦିନକରେ ଆଉ ୯୮୩ଜଣ ପ୍ରାଣ ହରାଇବା ପରେ ମୃତ୍ୟୁସଂଖ୍ୟା ୫୪ ହଜାର ୮୪୯କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧ ଲକ୍ଷ ୫୮ ହଜାର ୯୪୬ରେ ପହଞ୍ଚିଛି । ପୂର୍ବପରି ମହାରାଷ୍ଟ୍ରର ସଂକ୍ରମଣ ସ୍ଥିତି ଗୁରୁତର ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୩୧ ଜଣ, ଆନ୍ଧ୍ରପ୍ରଦେଶରେ ୩୦୦୧ ଜଣ, ଅରୁଣାଚଳ ପ୍ରଦେଶରେ ୫ ଜଣ, ଆସାମରେ ୨୨୧ ଜଣ, ବିହାରରେ ୪୯୨ ଜଣ, ଚଣ୍ଡିଗଡରେ ୩୧ ଜଣ, ଛତିଶଗଡରେ ୧୬୮ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୨୫୭ ଜଣ, ଗୋଆରେ ୧୨୬ ଜଣ, ଗୁଜରାଟରେ ୨୮୫୩ ଜଣ, ହରିୟାଣାରେ ୫୭୮ ଜଣ, ହିମାଚଳ ପ୍ରଦେଶରେ ୨୩ ଜଣ, ଜମ୍ମୁ ଓ କଶ୍ମୀରରେ ୫୭୮ ଜଣ, ଝାଡଖଣ୍ଡରେ ୨୮୬ ଜଣ, କର୍ଣ୍ଣାଟକରେ ୪୪୨୯ ଜଣ, କେରଳରେ ୧୯୧ ଜଣ, ଲଦାଖରେ ୧୮ ଜଣ, ମଧ୍ୟପ୍ରଦେଶରେ ୧୧୭୧ ଜଣ, ମହାରାଷ୍ଟ୍ରରେ ୨୧୩୫୯ ଜଣ, ମଣିପୁରରେ ୧୮ ଜଣ, ମେଘାଳୟରେ ୬ ଜଣ, ନାଗାଲାଣ୍ଡ୍‌ରେ ୮ ଜଣ, ଓଡିଶାରେ ୩୮୦ ଜଣ, ପୁଦ୍ଦୁଚେରୀରେ ୧୩୭ ଜଣ, ପଞ୍ଜାବରେ ୯୫୭ ଜଣ, ରାଜସ୍ଥାନରେ ୯୨୧ ଜଣ, ସିକିମରେ ୩ ଜଣ, ତାମିଲନାଡୁରେ ୬୨୩୯ ଜଣ, ତେଲେଙ୍ଗାନାରେ ୭୩୭ ଜଣ, ତ୍ରିପୁରାରେ ୬୯ ଜଣ, ଉତ୍ତରାଖଣ୍ଡରେ ୧୮୭ ଜଣ, ଉତ୍ତରପ୍ରଦେଶରେ ୨୭୩୩ ଜଣ ଏବଂ ପଶ୍ଚମବଙ୍ଗରେ ୨୬୩୪ ଜଣ ।

hiranchal ad1
Leave A Reply

Your email address will not be published.

14 − 13 =