କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣର ଅପଡେଟ୍‌ : ସଂଧ୍ୟାରେ ୬ଟାରେ ଶପଥ ନେବାକୁ ଥିବା ୨୪ ନାମ ଫାଇନାଲ,ଦେଖନ୍ତୁ ଲିଷ୍ଟ

0 265

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟା ୬ ଟାରେ କ୍ୟାବିନେଟର ସମ୍ପ୍ରସାରଣ କରିବେ । ପରିବର୍ତ୍ତନ ପରେ ଏହା ମୋଦୀଙ୍କ ସବୁଠାରୁ କନିଷ୍ଠ ତଥା ପ୍ରତିଭାବାନ ଦଳ ହେବ ବୋଲି ବିଶ୍ୱାସ କରାଯାଉଛି । ବାସ୍ତବରେ ମୋଦୀଙ୍କ ଧ୍ୟାନ ହେଉଛି କରୋନା ମହାମାରୀର ପରିଚାଳନା ଏବଂ ଯୁବ ଦଳ ସହିତ ଖରାପ ଅର୍ଥନୀତିର ଉନ୍ନତି । ଯଦିଓ ଆସନ୍ତା ବର୍ଷ ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ସମୀକରଣର ଧ୍ୟାନ ନିଆଯାଇଛି, କିନ୍ତୁ ଏଥିରେ ପ୍ରତିଭାର ସନ୍ତୁଳନ ମଧ୍ୟ ବଜାୟ ରହିଛି । ସେଥିମଧ୍ୟରୁ ୨୪ ଟି ନାମ ଚୂଡାନ୍ତ ହୋଇଛି ।

hiring

ଏହି କ୍ୟାବିନେଟର ଚିତ୍ର ମଧ୍ୟ ପ୍ରାୟ ସ୍ପଷ୍ଟ ହୋଇଯାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅନୁପ୍ରିୟା ପଟେଲ, ନାରାୟଣ ରାଣେ, ହୀନା ଗାଭିଟ, ସୁନୀତା ଡଗଲ, ପାଶୁପତି ପରାସ, ମୀନାକ୍ଷୀ ଲେଖୀଙ୍କ ସମେତ ବହୁ ନେତା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି ।

ସମ୍ଭାବିତ ଟିମ୍‌ ମୋଦୀଙ୍କ ନୂଆ ଚେହେରା
୧. ଜ୍ୟୋତିରାଦିତ୍ୟ ସିନ୍ଧିଆ
୨. ସର୍ବାନନ୍ଦ ସୋନୱାଲ
୩. ପାଶୁପତି ନାଥ ପରାସ
୪. ନାରାୟଣ ରାଣେ
୫. ଭୁପେନ୍ଦ୍ର ଯାଦବ
୬. ଅନୁପ୍ରିୟା ପଟେଲ
୭. କପିଲ ପାଟିଲ
୮. ମୀନାକ୍ଷୀ ଲେଖୀ
୯. ରାହୁଲ କାସାବା
୧୦. ଅଶ୍ୱିନୀ ବୈଷ୍ଣବ
୧୧. ଶାନ୍ତନୁ ଠାକୁର
୧୨. ବିନୋଦ ସୋନକର
୧୩. ପଙ୍କଜ ଚୌଧୁରୀ
୧୪. ଆରସିପି ସିଂ (ଜେଡିୟୁ)
୧୫. ଦିଲଶ୍ୱର କାମାଟ (ଜେଡିୟୁ)
୧୬. ଚନ୍ଦ୍ରଶେଖର ପ୍ରସାଦ ଚନ୍ଦ୍ରଭାନ୍ସି (ଜେଡିୟୁ)
୧୭. ରାମନାଥ ଠାକୁର (ଜେଡିୟୁ)
୧୮. ରାଜକୁମାର ରଂଜନ
୧୯. ବିଏଲ ବର୍ମା
୨୦. ଅଜୟ ମିଶ୍ର
୨୧. ହିନା ଗାବିଟ୍‌
୨୨. ଶୋଭା କରନ୍ଦଲାଜେ
୨୩. ଅଜୟ ଭଟ୍ଟ
୨୪. ପ୍ରୀତମ୍‌ ମୁଣ୍ଡେ

hiranchal ad1
Leave A Reply

Your email address will not be published.

1 × five =