ଲଦାଖ୍ ସ୍ଥିତିର ସମୀକ୍ଷା କଲେ ରାଜନାଥ

0 72

ନୂଆଦିଲ୍ଲୀ : ଗତ କିଛିଦିନ ମଧ୍ୟରେ ଲଦାଖ୍ର ଏଲ୍ଏସିରେ ସ୍ଥିତି ପୂର୍ବାପେକ୍ଷା ବହୁମାତ୍ରାରେ ସୁଧୁରିଛି । ଚୀନ୍ ସୈନ୍ୟମାନେ ଏକାଧିକ ପାଟ୍ରୋଲିଂ ପଏଣ୍ଟରୁ ହଟିଯାଇଛନ୍ତି । ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି । ଏହାପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଦାଖର ତାଜା ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ।
ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ୍, ସେନାମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରୱାଣେ, ନୌସେନା ମୁଖ୍ୟ ଆଡ୍ମିରାଲ୍ କରମବୀର ସିଂହ ଏବଂ ବାୟୁସେନା ମୁଖ୍ୟ ମାର୍ସାଲ୍ ଆର୍କେଏସ୍ ଭଦୌରିଆ ଏବଂ ଅନ୍ୟ ବରିଷ୍ଠ ସାମରିକ ଅଧିକାରୀମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମୀକ୍ଷା ବୈଠକ କରିଥିଲେ ।
ଜେନେରାଲ୍ ନରୱାଣେ ଗଲ୍ୱାନ୍ ଉପତ୍ୟକା, ଗୋଗ୍ରା, ହଟ୍ ସ୍ପ୍ରିଙ୍ଗ୍ ଏବଂ ପାଙ୍ଗାଙ୍ଗ୍ ସୋ ଅନ୍ତର୍ଗତ ଫିଙ୍ଗର୍ -୪ ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଉଭୟ ଦେଶର ସୈନ୍ୟ ଅପସାରଣ ବିଷୟରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ପୂର୍ବ ଲଦାଖ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ସିକିମରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ସମସ୍ତ ସ୍ପର୍ଶକାତର ଅଞ୍ଚଳରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଲେବି ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେନାମୁଖ୍ୟ ପ୍ରତିରକ୍ଷାମନ୍ତ୍ରୀଙ୍କୁ କହିଥିଲେ ।

hiranchal ad1
Leave A Reply

Your email address will not be published.

one × 3 =