ବ୍ରିଟେନ୍‌କୁ ଅତିକ୍ରମ କରିବା ସ୍ଥିତିରେ ଭାରତ

0 80

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୨ ଲକ୍ଷ ୪୭ ହଜାର ୬୭୮କୁ ବୃଦ୍ଧି ପାଇଛି । ଏଥିସହ ବିଶ୍ୱ କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି । ସଂକ୍ରମଣ ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଅଳ୍ପ କିଛିଦିନ ମଧ୍ୟରେ ଏହା ବ୍ରିଟେନ୍ ଓ ସ୍ପେନ୍‌କୁ ଅତିକ୍ରମ କରିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୯୭୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୬ ହଜାର ୯୨୯ରେ ପହଞ୍ଚିଥିବା ବେଳେ ମୋଟ ୧ ଲକ୍ଷ ୧୯ ହଜାର ୨୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ସୂଚନା ଦେଇଛି । ବର୍ତ୍ତମାନ ମୋଟ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୨୦ ହଜାର ୪୦୬ ରହିଛି । ତେବେ ମହାରାଷ୍ଟ୍ରର ସ୍ଥିତି ଅଧିକ ଭୟଙ୍କର ହେବାରେ ଲାଗିଚି । ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୮୦ ହଜାର ଅତିକ୍ରମ କରିଥିବାରୁ ତାହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଖୁବ୍‌ଶୀଘ୍ର ସଂକ୍ରମଣ ସ୍ଥିତିରେ ଏହା ଚୀନ୍‌କୁ ଟପିଯିବ ବୋଲି ଆକଳନ କରାଯାଉଛି । ଆଜି ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙଖ୍‌କ ସଂଖ୍ୟା ୮୦ ହଜାର ୨୨୯ରେ ପହଞ୍ଚିôତବା ବେଳେ ମୃତ୍ୟୁ ସଂଖ୍ୟା ୨,୮୯୪କୁ ବୃଦ୍ଧି ପାଇଛି । ମୁମ୍ବାଇ ସହର ଅବସ୍ଥା ଆହୁରି ସାଙ୍ଘାତିକ । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ଆଉ ୧୩୯ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୨,୮୯୪କୁ ବଅଦ୍ଧି ପାଇଛି । ସେହିପରି, ୩୫ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରର ମୋଟ ସଂକ୍ରମିତଙ୍କ ସଂଖ୍ୟାର କେବଳ ଅଧା ହେଉଛି ମୁମ୍ବ।।ଇର । ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୮୦ରେ ପହଞ୍ଚିଛି । ମୁମ୍ବାଇ ନଗରୀର ସବୁଠୁ ବଡ଼ ବସ୍ତି ଧରାବି ଏବେ ହଟସ୍ପଟ ପାଲଟିଛି । ସେଠାୋର ୧୮୮୯ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ମହାରାଷ୍ଟ୍ର ପରେ ତାମିଲନାଡୁରେ ସର୍ବାଧିକ ୨୮ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୨୦୦ରୁ ଅଧିକ ପ୍ରାଣ ହରାଇଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶରେ ୯ ହଜାର ୭୩୩, ପଶ୍ଚିମବଙ୍ଗରେ ୭ ହଜାର ୭୩୮, ମଧ୍ୟପ୍ରଦେଶରେ ୯ ହଜାର ୨୨୮, ଜମ୍ମୁ-କାଶ୍ମୀରରେ ୩ ହଜାର ୪୬୭, କର୍ଣ୍ଣାଟକରେ ୫ ହଜାର ୨୧୩, ଗୁଜୁରାଟରେ ୧୯ ହଜାର ୫୯୨ ଓ ହଣିୟାଣାରେ ୩ ହଜାର ୯୫୨ ସଂକ୍ରମିତ ବ୍ୟକ୍ତି ରହିଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

3 × 2 =