ଅପରିଷ୍କାର ପରିବେଶ ପାଇଁ ଅବିବାହିତ ରହୁଛନ୍ତି ଯୁବକ

0 155

ଲକ୍ଷ୍ନୌ: ସ୍ୱଚ୍ଛ ଭାରତ ଅଭିଯାନରେ ଏବେ ଗାଁ ଠାରୁ ସହର ସମସ୍ତେ ସାମିଲ ହୋଇଛନ୍ତି ସତ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁର ଜିଲା ନିକଟରେ ଥିବା କିଛି ଗାଁ ଏପରି ଅପରିଷ୍କାର ହୋଇ ରହିଛି ଯେ ଏଠାରେ ରୋଗ ବଢିବା ସହ ‘ଅବିବାହିତ ରୋଗ’ ମଧ୍ୟ ଅନେକାଂଶରେ ବୃଦ୍ଧି ପାଇଥିବା ଦେଖାଯାଇଛି। ଏହା ଯେମିତି ସଂକ୍ରମଣ ରୋଗ ଭଳି ବଢି ଚାଲିଛି ବୋଲି କୁହାଯାଉଛି। କାନପୁରର ପନକି ପଡାବ, ଜମୁଇ, ବଦୁଆପୁର, ସରାୟମିତା ଗାଁରେ ପରିବେଶ ଏମିତି ଅପରିଷ୍କାର ହୋଇଯାଇଛି ଯେ ଲୋକେ ଏଠାରେ ଝିଅଙ୍କୁ ବିବାହ ଦେବାକୁ ରାଜି ହେଉ ନାହାଁନ୍ତି। କାନପୁର ନଗର ନିଗମର ସଲିଡ୍‌ୱେଷ୍ଟଜ୍‌ ଏହି ଗାଁକୁ ଲଗାଇ ପକାଯାଉଛି। ଫଳରେ ଗାଁ ପରିବେଶ ଗନ୍ଧରେ ଫାଟି ପଡୁଛି। ଏହା ଫଳରେ ଗାଁରେ ରୋଗ ମଧ୍ୟ ବଢିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏଠାରେ ଏବେ ୭୦ ପ୍ରତିଶତ ଲୋକ ଟିବି ଓ ଆଜ୍‌ମାରେ ପୀଡିତ। ଦିନକୁ ଦିନ ଲୋକଙ୍କ ମଧ୍ୟରେ ରୋଗର ପରିମାଣ ବୃଦ୍ଧି ପାଉଥିବା ବେଳେ ଏବେ ଏଠାରେ ଲୋକେ ବନ୍ଧୁ ବାନ୍ଧିବାକୁ ଭୟ କରୁଛନ୍ତି। ରୋଗ କଥା ଶୁଣିବା ପରେ କେହି ଏଠାରେ ଝିଅ ଦେବାକୁ ରାଜି ହେଉ ନାହାଁନ୍ତି। ଲୋକଙ୍କ କହିବା କଥା ହେଲା ଦୀର୍ଘ ପ୍ରାୟ ୫ ବର୍ଷ ହେବ ଏଠାରେ ଶାହାନାଇ ବାଜିନାହିଁ। କେହି ଏଠାରେ ଝିଅ ଦେବାକୁ ଅବା ନେବାକୁ ରାଜି ହେଉନାହାଁନ୍ତି। ଏମିତିରେ ଏବେ ଗାଁରେ ପାଖାପାଖି ୬୦ ଜଣ ଅବିବାହିତ ଯୁବକ ଥିବା ଲୋକେ କୁହନ୍ତି।

hiranchal ad1
Leave A Reply

Your email address will not be published.

two × two =