ରାସ୍ତାରେ ଛିଡା ହୋଇଥିଲା ବସ୍‌, ପଛରୁ ପିଟିଲା ଟ୍ରକ୍‌ : ୫ ମୃତ

0 84

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ରେ ଆଜି ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛିଡା ହୋଇଥିବା ବସ୍‌କୁ ପଛପଟୁ ଜୋରଦାର ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ର ରାସ୍ତାକଡ଼ରେ ଏକ ବସ୍‌ କୌଣସି କାରଣରୁ ଛିଡ଼ା ହୋଇଥିଲା । ପଛପଟୁ ଆସୁଥିବା ଏକ ଟ୍ରକ ବସ୍‌କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ କି ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ । ଘଟଣା ପରେ ଆମ୍ବୁଲାନ୍ସ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଠାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ମୃତ ଲୋକଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି ।
ତେବେ, ଦୁର୍ଘଟଣାଗସ୍ତ ବସ୍‌ଟି ଏକ ଟ୍ରାଭେଲ୍‌ ଏଜେନ୍ସିର ବୋଲି ସୂଚନା ମିଳିଛି । ଯାତ୍ରୀଙ୍କୁ ନେଇ ଆଗ୍ରାରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲେ ।

hiranchal ad1
Leave A Reply

Your email address will not be published.

15 + nineteen =