ନୂଆଦିଲ୍ଲୀ : ଗତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟପ୍ରଦେଶର କମଳ ନାଥ ସରକାରକୁ ଭାଙ୍ଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ଖୁବଶୀଘ୍ର ଏକ ବଡ ଉପହାର ଦେବାକୁ ଯାଉଛି । ମୋଦି ସରକାରରେ ସେ ମନ୍ତ୍ରୀ ପଦ ପାଇବା ପ୍ରାୟତଃ ନିଶ୍ଚତ ବୋଲି କୁହାଯାଉଛି ।
ମୋଦି ସରକାର ୨.୦ର ୨ ବର୍ଷ ପୂରଣ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ସିନ୍ଧିଆ ସମର୍ଥକମାନେ ଦାବି କରିଛନ୍ତି ଯେ, ସେମାନଙ୍କ ନେତା ଖୁବଶୀଘ୍ର ଟିମ୍ ମୋଦିରେ ସ୍ଥାନ ପାଇବାକୁ ଯାଉଛନ୍ତି ।
ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ସିନ୍ଧିଆଙ୍କୁ ରେଳ ବିଭାଗ ମିଳିପାରେ । ସେହିପରି ସହରୀ ବିକାଶ କିମ୍ବା ମାନବ ସମ୍ବଳ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ତାଙ୍କୁ ଦେବା ବିଷୟରେ ମଧ୍ୟ ଆଲୋଚନା ହେଉଛି । ସିଦ୍ଧିଆ ବିଜେପିରେ ଯୋଗ ଦେବାର ୧୫ ମାସ ବିତିଗଲାଣି । ବର୍ତ୍ତମାନ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମନମୋହନ ସିଂ ସରକାର ସେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳି ଉଚ୍ଚପ୍ରଶଂସିତ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post