ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବର୍ତ୍ତମାନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ହସ୍ପିଟାଲରେ ଥାଇ ମଧ୍ୟ ସେ ଅଫିସ୍ କାର୍ଯ୍ୟ କରୁଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କର ପୁନର୍ବାର କୋଭିଡ୍ ପରୀକ୍ଷା କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନାଭାଇରସ୍ ନମୁନା ପରୀକ୍ଷା ନେଗେଟିଭ୍ ଆସିଥିବା କଥା ରବିବାର ସକାଳେ ତାଙ୍କ ପାର୍ଟି ସହକର୍ମୀ ମନୋଜ ତିୱାରୀ ଟୁଇଟର୍ରେ ପୋଷ୍ଟ୍ କରିବା ପରେ ପୁଣି ଡିଲିଟ୍ କରିଦେଇଛନ୍ତି । କିନ୍ତୁ, ଉକ୍ତ ପୋଷ୍ଟ୍ ଡିଲିଟ୍ ହେବା ପୂର୍ବରୁ ଏ ଖବର ଚାରିଆଡ ବ୍ୟାପୀ ଯାଇଥିଲା । ବିଜେପି, ସରକାର ଏବଂ ଅମିତ ଶାହଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ବ୍ୟକ୍ତିଗତ ଭାବେ ବୁଝାବୁଝି କରୁଥିବା ତାଙ୍କ ପରିବାର ମଧ୍ୟ ଏଥିରେ ବିସ୍ମିତ ହୋଇଯାଇଥିଲେ । ଏ ବିଷୟରେ ସ୍ପଷ୍ଟିକରଣ ଦେଇ ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ପଜିଟିଭ୍ ଜଣାପଡିବା ପର ଠାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଆଉ କରୋନାଭାଇରସ୍ ପରୀକ୍ଷା କରାଯାଇ ନାହିଁ । ଅମିତ ଶାହାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମନୋଜ ତିୱାରୀ କିଛି ସୂଚନା ଦେଇ ନ ଥିଲେ ମଧ୍ୟ ଆଗାମୀ ଦୁଇ ଦିନ ମଧ୍ୟରେ ତାଙ୍କର ନମୁନା ପରୀକ୍ଷା କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡିଛି ।
ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶାହଙ୍କ ଠାରେ ସମ୍ପ୍ରତି କୌଣସି ଲକ୍ଷଣ ଦେଖାଯାଉନାହିଁ । ଡାକ୍ତରଖାନା ଶଯ୍ୟାରେ ଥାଇ ସେ ଗୃହମନ୍ତ୍ରାଳୟ ଫାଇଲ୍ ଦସ୍ତଖତ କରୁଛନ୍ତି । ଦଳେ ଉତ୍ସର୍ଗୀକୃତ ଅଧିକାରୀଙ୍କ ମାଧ୍ୟରେ ସେ ଅଭ୍ୟନ୍ତରୀଣ ନିରାପତ୍ତା ଉପରେ ଦୃଷ୍ଟି ରଖିଛନ୍ତି । ତାଙ୍କର ନମୁନା ନେଗେଟିଭ୍ ଆସିଲେ ଆସନ୍ତା ସପ୍ତାହରେ ସେ ଘରକୁ ଫେରିବେ ବୋଲି ଆଶା କରାଯାଉଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post