ମଦ ପାଇଁ ଆଉ ଦୋକାନକୁ ଯିବାକୁ ପଡ଼ିବନି

0 77

ନୂଆଦିଲ୍ଲୀ : ଲକ୍‌ଡାଉନ୍ ଯୋଗୁଁ ପାଖାପାଖି ଦେଢ଼ ମାସ ଧରି ସମଗ୍ର ଦେଶରେ ମଦ ଦୋକାନ ବନ୍ଦ ରହିଛି । ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣାର କିଛି ଦିନ ପରେ କେତେକ ରାଜ୍ୟରେ ମଦ ଦୋକାନ ଖୋଲିବା ଓ ବିକ୍ରି କରିବା ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଥିଲେ । ତେବେ ଏଥିପାଇଁ ସାମାଜିକ ଦୂରତା ଣକ୍ଷା କରିବା ପାଇଁ ଗାଇଡଲାଇନରେ କୁହାଯାଇଥିଲା । କିନ୍ତୁ ମଦ ଦୋକାନ ଖୋଲୁଖୋଲୁ ବିଭିନ୍ନ ଅଞ୍ଚଳରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । କେହି କଟକଣାକୁ ମାନି ନଥିଲେ । ଏହାକୁ ଦେଖି ସରକାର କଡ଼ା ପଦକ୍ଷେପ ନେଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଆଖି ଆଗରେ ରଖି ଦାଏର ହୋଇଥିବା ଏକ ମାମଲା ଉପରେ ସୁପ୍ରିମ୍‌କୋର୍ଟ ଆଜି କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କୁ ମଦର ହୋମ୍ ଡେଲିଭରି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ମଦର ଅନ୍‌ଲାଇନ୍ ବିକ୍ରି ଓ ହୋମ୍ ଡେଲିଭରି ଭଳି ନୀତି ଗ୍ରହଣ କରିବା ଲାଗି କୋର୍ଟ ସରକାରଙ୍କୁ କହିଛନ୍ତି । ଲକ୍‌ଡାଉନ୍ ବେଳେ ମକ୍ୱିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଆବେଦନ କରି କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । କୋର୍ଟ ଏହି ପିଟିସନ୍‌କୁ ଖାରଜ କରିଦେଇ ସରକାରଙ୍କୁ ଉପରୋକ୍ତ ପରାମର୍ଶ ଦେଇଛନ୍ତି । ମଦ ବିକ୍ରିକୁ ବ୍ୟାନ୍ କରିବା ଲାଗି କୋର୍ଟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ମଦ ଦୋକାନ ଖୋଲିବାରୁ ପ୍ରବଳ ଭିଡ଼ ହେଉଛି । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସରକାର ଏକ ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରିପାରିବେ । ଅନ୍‌ଲାଇନରେ ମଦ ବିକ୍ରି କିମ୍ବା ହୋମ୍ ଡେଲିଭରି ପାଇଁ ରାଜ୍ୟ ସରକାରମାନେ ବିଚାର କରିବା ଆବଶ୍ୟକ । ଏହାଦ୍ୱାରା ମଦ ଦୋକାନଗୁଡ଼ିକ ସମ୍ମୁଖରେ ଭିଡ଼ ସମସ୍ୟା ଆଉ ଦେଖାଦେବ ନାହିଁ ।

hiranchal ad1
Leave A Reply

Your email address will not be published.

4 × two =