ଉତ୍ତେଜନା ସତ୍ତେ୍ୱ ଭାରତ-ନେପାଳ ମଧ୍ୟରେ କଥାବାର୍ତ୍ତା

0 89

କାଠମାଣ୍ଡୁ: ନେପାଳର କେତେକ କାର୍ଯ୍ୟକଳାପକୁ ନେଇ ଭାରତ ଏବଂ ଏହା ମଧ୍ୟରେ ବିବାଦ ଲାଗି ରହିଛି । ଏହା ସତ୍ତେ୍ୱ ଦୁଇ ଦେଶ ସୋମବାର କେତେକ ପ୍ରସଙ୍ଗ ଉପରେ ଭିଡ଼ିସ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନେପାଳରେ ଚାଲୁ ରହିଥିବା କେତେକ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ନେପାଳ ପ୍ରଧାନମନ୍ତ୍ରୀ ଶନିବାର ମୋଦିଙ୍କୁ ଟେଲିଫୋନ୍‌ କରି ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି । ନେପାଳ ଦ୍ୱାରା ଜାରି ନୂଆ ମାନଚିତ୍ରକୁ ନେଇ ଏବେବି ବିବାଦ ରହିଛି । ଭାରତର କେତେକ କାର୍ଯ୍ୟରେ ନେପାଳ ବାଧା ସୃଷ୍ଟି କରୁଛି । ଏଭଳି ପରିସ୍ଥିତିରେ ମୋଦି ଓ ଓଲିଙ୍କ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା । ନେପାଳ ସରକାର ଏକ ନୂଆ ମାନଚିତ୍ର ଜାରି କରି ତାହାକୁ ସଂସଦରେ ଅନୁମୋଦିତ କରିଛି । ସେଥିରେ ଭାରତର ତିନୋଟି ଅଞ୍ଚଳ ରହିଛି । ଯାହାକୁ ନେଇ ଭାରତ ବାରମ୍ବାର ପ୍ରତିବାଦ ଜଣାଇଛି । ତଥାପି ନେପାଳ ସୁଧୁରି ନାହିଁ । ଏଭଳି ପରିସ୍ଥିତିରେ ଓଲିଙ୍କ କଥାବାର୍ତ୍ତା ଦ୍ୱିପାକ୍ଷିକ ସଂପର୍କରେ ସୁଧାର ଆଣିପାରିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଚାଲିଛି । ନେପାଳର ବୈଦେଶିକ ସଚିବ ଶଙ୍କର ଦାସ ବୈରାଗୀ ଓ ଭାରତୀୟ ରାଷ୍ଟ୍ରଦୂତ୍ତ ବିନୟମୋହନ ଆଜି ହୋଇଥିବା ବୈଠକରେ ଉପସ୍ଥିତ ଥିଲେ । ଆଲୋଚନା ପାଇଁ ସେମାନେ ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 1 =