ପୂର୍ବ ରେକଡର଼୍ ଭାଙ୍ଗିଲା କରୋନା ସଂକ୍ରମଣ

0 65

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକଡର଼୍ ସୃଷ୍ଟି କରୁଛି । ପ୍ରତିଦିନ ଏହା ଅତୀତର ଦୈନିକ ସଂକ୍ରମଣ ରେକଡର଼୍କୁ ଅତିକ୍ରମ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକଡର଼୍ ୧୯ ହଜାର ୯୦୬ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୮୫୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୬ ହଜାର ୯୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୧୦ ଜଣଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୫୭ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୯ ଜଣ, ବିହାରରେ ୫୯ ଜଣ, ଚଣ୍ଡିଗଡରେ ୬ ଜଣ, ଛତିଶଗଡରେ ୧୩ ଜଣ, ଦିଲ୍ଲୀରେ ୨୫୫୮ଜଣ, ଗୋଆରେ ୨ ଜଣ, ଗୁଜରାଟରେ ୧୭୮୯ ଜଣ, ହରିୟାଣାରେ ୨୧୮ ଜଣ, ହିମାଚଳ ପ୍ରଦେଶରେ ୯ ଜଣ, ଜମ୍ମୁ ଓ କଶ୍ମୀରରେ ୯୩ ଜଣ, ଝାଡଖଣ୍ଡରେ ୧୨ ଜଣ, କର୍ଣ୍ଣାଟକରେ ୧୯୧ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୫୦ ଜଣ, ମହାରାଷ୍ଟ୍ରରେ ୭୨୭୩ ଜଣ, ମେଘାଳୟରେ ୧ ଜଣ, ଓଡିଶାରେ ୧୮ଜଣ, ପୁଦ୍ଦୁଚେରୀରେ ୧୦ଜଣ, ପଞ୍ଜାବରେ ୧୨୮ ଜଣ, ରାଜସ୍ଥାନରେ ୩୯୧ ଜଣ, ତାମିଲନାଡୁରେ ୧୦୨୫ ଜଣ, ତେଲେଙ୍ଗାନାରେ ୨୪୩ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୭ ଜଣ, ଉତ୍ତରପ୍ରଦେଶରେ ୬୪୯ ଜଣ ଏବଂ ପଶ୍ଚମବଙ୍ଗରେ ୬୨୯ ଜଣ ।

hiranchal ad1
Leave A Reply

Your email address will not be published.

eighteen − nine =