ଲୋକସଭା କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ବାବଦ ଭତ୍ତା

0 91

ନୂଆଦିଲ୍ଲୀ : ସଂସଦର ଲୋକସଭାର କର୍ମଚାରୀମାନଙ୍କୁ ଏଣିକି ୟୁନିଫର୍ମ ବାବଦକୁ ବାର୍ଷିକ ଭତ୍ତା ପ୍ରଦାନ କରାଯିବ । ଶୁକ୍ରବାର ଏହି ସୂଚନା ମିଳିଛି । ପୂର୍ବରୁ ୟୁନିଫର୍ମ ନିମନ୍ତେ ସେମାନେ ଦୁଇ ବର୍ଷକୁ ଥରେ କଟ୍‌ପିସ୍‌ କପଡ଼ା ପାଉଥିଲେ । ସେହି କପଡ଼ାକୁ ନେଇ କର୍ମଚାରୀମାନେ ଡ୍ରେସ୍‌ ତିଆରି କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କୁ ବର୍ଷକୁ ବର୍ଷ ସେ ବାବଦ ଭତ୍ତା ପ୍ରଦାନ କରାଯିବ । ଚାକିରୀ ଓ ପାହ୍ୟାକୁ ଆଧାର କରି ପ୍ରତିବର୍ଷ ୟୁନିଫର୍ମ ପାଇଁ ମହିଳା କର୍ମଚାରୀଙ୍କୁ ୧୭ ହଜାର ଓ ପୁରୁଷ କର୍ମଚାରୀଙ୍କୁ ୧୬ ହଜାର ପର୍ଯ୍ୟନ୍ତ ଟଙ୍କା ଦିଆଯିବ । ରିପୋର୍ଟିଙ୍ଗ୍‌, ଟେବୁଲ୍‌ ଅଫିସ୍‌ ଏବଂ ସିକ୍ୟୁରିଟି ସମେତ ପାର୍ଲାମେଣ୍ଟ୍‌ ସଚିବାଳୟର ପାଞ୍ଚଟି ପ୍ରମୁଖ ଶାଖାର କର୍ମଚାରୀମାନେ ଏହି ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏମାନେ ସାଂସଦ ଏବଂ ଅନ୍ୟ ପରିଦର୍ଶକମାନଙ୍କ ସେବାରେ ନିୟୋଜିତ ଥାଆନ୍ତି । ଭତ୍ତା ପ୍ରଚଳନ ଦ୍ୱାରା ଏହି କର୍ମଚାରୀମାନେ ଦୁଇ ବର୍ଷରେ ଥରେ ୟୁନିଫର୍ମ ପାଇବା ପରିବର୍ତ୍ତେ ଇଚ୍ଛା ମୁତାବକ ବର୍ଷର ଯେକୌଣସି ସମୟରେ ତାହା ଖରିଦ କରିପାରିବେ । କିନ୍ତୁ, ୟୁନିଫର୍ମର ରଙ୍ଗ ଓ ମାନ ବଜାୟ ରଖାଯିବା ଉଚିତ ।

hiranchal ad1
Leave A Reply

Your email address will not be published.

5 × five =