ଅଜମେରର ୫ ବର୍ଷର ଝିଅ ଧନାରି ଅଳ୍ପ ବୟସରେ ୪୦ ରୁ ଅଧିକ ଦେଶ ଭ୍ରମଣ କରିଛନ୍ତି । ଧନାରୀ ମଧ୍ୟ ମୋଷ୍ଟ ଟ୍ରାଭେଲ୍ଡ୍ ବେବି ଟାଇଟଲ୍ ଜିତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାମ ପଞ୍ଜିକରଣ କରିଛନ୍ତି । ଧନାରୀ କୌଣସି ଆଖ୍ୟା ପାଇଁ ଏହି ରେକର୍ଡ କରିନାହାଁନ୍ତି, କିନ୍ତୁ ଏହା ପଛର ରହିଛି ଅନ୍ୟ କିଛି କାରଣ ।
ଧନାରିଙ୍କ ପିତାମାତା ସୋନିଆ ଏବଂ ନରେନ୍ ବୁଲାନି ଥାଇଲ୍ୟାଣ୍ଡର ପ୍ରମୁଖ ବ୍ୟବସାୟୀଙ୍କ ମଧ୍ୟରୁ ଜଣେ ଏବଂ ଏମାନେ ଅଜମେରର ମୂଳବାସିନ୍ଦା । ସୋନିଆ କହିଛନ୍ତି ଯେ ଉତ୍ତମ ପିତାମାତା ହେବା ପାଇଁ ପିତାମାତା ସେମାନଙ୍କ ପିଲାମାନଙ୍କୁ ପୂର୍ଣ୍ଣ ସମୟ ଦେବା ଆବଶ୍ୟକ । ଏହି କାରଣରୁ ଧନାରୀକୁ କେବେ ଏକୁଟିଆ ଛାଡି ଆମେ କୌଣସି ଦେଶକୁ ଭ୍ରମଣ କରିନଥାଉ । ସେ କହିଛନ୍ତି ଯେ, ଏମିତି କେବେ ଘଟି ନଥିଲା ଯେ ଧନାରୀ ହେତୁ ଆମକୁ ଯାତ୍ରା ବାତିଲ କରିବାକୁ ପଢିଛି ।
ଧାନାରି ଏପର୍ଯ୍ୟନ୍ତ ଥାଇଲ୍ୟାଣ୍ଡ, ୟୁଏଇ, ଆଇଭୋରୀ କୋଷ୍ଟ, ଇଣ୍ଡୋନେସିଆ, ମାଲେସିଆ, ହଙ୍ଗେରୀ, ଜର୍ମାନୀ, ଫ୍ରାନ୍ସ, ଏଣ୍ଟଲି, ବୁର୍କିନା ଫାସୋ, ସିଙ୍ଗାପୁର, ନେଦରଲ୍ୟାଣ୍ଡ, ଅଷ୍ଟ୍ରିଆ, ସ୍ୱିଜରଲ୍ୟାଣ୍ଡ, ଘାନା, ବ୍ରିଟେନ, ତୁର୍କୀ, ହଂକଂ, ଭିଏତନାମ, ବେଲଜିୟମ, ଫିଲିପାଇନ୍ସ, ନରୱେ, ସ୍ୱିଡେନ, ଡେନମାର୍କ, ଜାପାନ, ଶ୍ରୀଲଙ୍କା, କାମ୍ବୋଡିଆ, ଗ୍ରୀସ୍, ଆମେରିକା, ଓମାନ, ନେପାଳ, ଭୁଟାନ, ମିଆଁମାର, ମାକାଓ, ତାଇୱାନ, ଇଥିଓପିଆ ଏବଂ ନାଇଜର ଆଦି ଦେଶ ଭ୍ରମଣ କରିଛନ୍ତି ।
ସୋନିଆ କହିଛନ୍ତି ଯେ ଧନାରୀ ପ୍ରଥମ ଥର ଚାରି ବର୍ଷ ପୂର୍ବରୁ ଥାଇଲ୍ୟାଣ୍ଡରୁ ଭାରତ ଯାତ୍ରା କରିଥିଲେ ଏବଂ ଶେଷ ଥର ପାଇଁ ସେ ନାଇଜର ଯାତ୍ରା କରିଥିଲେ । ଅନେକ ଦେଶ ଅଛି ଯେଉଁଠାରେ ଧନାରୀ ୪-୫ ଥର ଯାଇଛନ୍ତି ।