ପାକ୍ ଟିଭିର ସ୍ୱୀକାରୋକ୍ତି କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ

0 89

ଇସଲାମାବାଦ : ପାକିସ୍ତାନର ଗୋଟିଏ ପରେ ଗୋଟିଏ ଅଫିସ୍ ତଥା ସଂସ୍ଥା ଏବେ ସତକଥା ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି । କାଶ୍ମୀରକୁ ନେଇ ଆଜି ପର୍ଯ୍ୟନ୍ତ ବିବାଦ ଲାଗି ରହିଛି । କାଶ୍ମୀର ଉପରେ ପାକିସ୍ତାନ ସରକାର ନିଜର ଅଧିକାର ଜାହିର କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରତ ବାରମ୍ବାର ଏକଥା କହିଛି ଯେ, କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ । ପାକିସ୍ତାନର ଏକ ସରକାରୀ ଟିଭି ଚ୍ୟାନେଲ୍ ଖୋଲାଖୋଲି ଭାବେ ଏକଥା କହିଛି ଯେ, କାଶ୍ମୀର ବାସ୍ତବରେ ଭାରତର ଅଭିନ୍ନ ଅଙ୍ଗ । ସତରେ ହେଉ କି ଭୁଲରେ ହେଉ, ଏକଥା ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି । ଏଭଳି ଖବର ପ୍ରସାରିତ ହେବା ପରେ ତାହାକୁ ନେଇ କୂଟନୈତିକ ଓ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପାକିସ୍ତାନ ଟିଭି (ପିଟିଭି) ପିଓକେରେ ଜନସଂଖ୍ୟା କଥା ଦର୍ଶାଇଲା ବେଳେ କାଶ୍ମୀର ଭାରତର ଅଂଶ ବୋଲି କହିଛି । ଏହାର ପ୍ରସାରଣ ପରେ ସମଗ୍ର ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଯାଇଛି । ସରକାରୀ ଟିଭି ଚ୍ୟାନଲେରେ ଏଭଳି ସରକାର ବିରୋଧୀ ଖବର ପ୍ରସାରଣ ଇମ୍ରାନ ଖାଁନ ଓ ପ୍ରତିରକ୍ଷା ମନ୍ତ୍ରାଳୟକୁ ଅଡୁଆରେ ପକାଇଛି । ପାକ୍ ଟିଭିର ଏଭଳି ପ୍ରସାରଣ ଯୋଗୁଁ ପାକିସ୍ତାନର ନାଗରିକମାନେ ଟିଭି ଚ୍ୟାନେଲ୍‌କୁ ସୋଶିଆଲ୍ ମିଡ଼ିଆରେ ଅତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଏଭଳି ପ୍ରତିକ୍ରିୟା ପ୍ରକାଶ ପରେ ପିଟିଭି ସଫେଇ ଦେଇ ଚ୍ୟାନେଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, ସମ୍ପୃକ୍ତ କର୍ମଚାରୀ ଜଣକ ଭୁଲ୍‌ରେ ଏଭଳି ଖବର ପଢ଼ିଛନ୍ତି । ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ଏକ ଅକସ୍ମାତ ଘଟଣା । ଜାଣିଶୁଣି କେହି ଏହି ଭୁଲ୍ କରିନାହାନ୍ତି ବୋଲି ପିଟିଭି ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

seven − 6 =