ଚୀନ୍‌କୁ ଟପିଗଲା ଭାରତ

0 150

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଏବେ ଭାରତର ସ୍ଥିତି ଚୀନ୍‌ଠାରୁ ଆହୁରି ଭୟାବହ ହୋଇଉଠିଛି । ସଂକ୍ରମିତ ସଂଖ୍ୟାରେ ଏହା କରୋନା ସୃଷ୍ଟିକାରୀ ଚୀନ୍ ଦେଶକୁ ଅତିକ୍ରମ କରିଛି । ବର୍ତ୍ତମାନ ଭାରତର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୨୮୦୦ ନିକଟବର୍ତ୍ତୀ ହୋଇଛି । ଏଥିସହ ଭାରତ ବିଶ୍ୱ ଆକ୍ରାନ୍ତ ତାଲିକାରେ ବର୍ତ୍ତମାନ ୧୧ତମ ସ୍ଥାନରେ ପହଞ୍ଚିଛି । ପୂର୍ବରୁ ଏହା ଦ୍ୱାଦଶ ସ୍ଥାନରେ ରହିଥିଲା । ଭାରତର ସ୍ଥାନ ନେଇଛି ପେରୁ । ସେଠାରେ ୮୪ ହଜାର ୪୯୫ଜଣ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଚାଇନା ଏବେ ତାଲିକାର ୧୩ତମ ସ୍ଥାନରେ ରହିଛି । ସେହି ଦେଶର ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ୯୪୧ ଥିବା ସରକାରୀ ଭାବେ କୁହାଯାଇଛି । ତାଲିକାରେ ଆମେରିକା ପୂର୍ବଭଳି ପ୍ରଥମ ସ୍ଥାନରେ ରହିଥିବା ବେଳେ ସ୍ପେନ୍ ଓ ଋଷ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଆଉ ଚାରି ହଜାର ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ସେହିପରି, ଏହି ସମୟ ମଧ୍ୟରେ ଆଉ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଗତ ୨୪ ଘଣ୍ଟାରେ ତିନି ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୩୦ ହଜାର ୧୫୩ରେ ପହଞ୍ଚିଛି । ମହାରାଷ୍ଟ୍ରର ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ଏହି ରାଜ୍ୟରେ ୧,୦୬୮ଜଣଙ୍କର ମୃତ୍ୟୁ ଘଟିଲାଣି । ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୧୦୮ ରହିଥିବା ବେଳେ ୭୧ଜଣଙ୍କର ମୃତ୍ୟୁ ଘଟିଛି । ୨୫୯୯ଜଣ ସୁସ୍ଥ ହେଲେଣି । ତୃତୀୟ ସ୍ଥାନରେ ଥିବା ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ସେଠାରେ ୯୯୩୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୦୬ଜଣଙ୍କର ମୃତ୍ୟୁ ଘଟିଲାଣି । ୪୦୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୯୫ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨୩କୁ ବୃଦ୍ଧି ପାଇଛି । ଆନ୍ଧ୍ରପ୍ରଦେଶରେ ୪୮, ଆସାମରେ ୨, ବିହାରରେ ୭, ଚଣ୍ଡୀଗଡ଼ରେ ୩, ହରିୟାଣାରେ ୧୧, ହିମାଚଳପ୍ରଦେଶରେ ୩, ଜମ୍ମୁ-କାଶ୍ମୀରରେ ୧୧, ଝାଡ଼ଖଣ୍ଡରେ ୩, କର୍ଣ୍ଣାଟକରେ ୩୬, କେରଳରେ ୪, ମଧ୍ୟପ୍ରଦେଶରେ ୨୩୯, ପଞ୍ଜାବରେ ୩୨, ରାଜସ୍ଥାନରେ ୧୨୫, ତେଲେଙ୍ଗାନାରେ ୩୪, ଉତ୍ତରପ୍ରଦେଶରେ ୯୫ ଓ ପଶ୍ଚିମବଙ୍ଗରେ ୨୨୫ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

five × five =