କାଶ୍ମୀରରେ ଏବେ ଚାଲୁ ହେବନି ୪-ଜି ନେଟ୍‌

0 58

ନୂଆଦିଲ୍ଲୀ:ନିକଟ ଭବିଷ୍ୟତରେ ଜମ୍ମୁ-କାଶ୍ମୀରେ ୪-ଜି ଇଣ୍ଟରନେଟ୍ ସେବାର ପୁନଃ ପ୍ରଚଳନ ହେବାର ସମ୍ଭାବନା ବହୁତ କମ । କାରଣ ବର୍ତ୍ତମାନ ପାଇଁ ଏହି ସେବା ପୁନଃ ଆରମ୍ଭ କରିବା ଲାଗି ସୁପ୍ରିମ୍‌କୋର୍ଟ ସୋମବାର ମନା କରିଦେଇଛନ୍ତି । ତେବେ ଭାରସାମ୍ୟ ରକ୍ଷା କରି ଏହାକୁ କିପରି ପୁଣି କର୍ଯ୍ୟକ୍ଷମ କରାଯାଇପାରିବ, ସେ ବିଷୟରେ ସ୍ଥିର କରିବା ଲାଗି କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଦାୟିତ୍ୱ ଛାଡ଼ି ଦେଇଛନ୍ତି । ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ସଚିବଙ୍କ ନେତୃତ୍ୱାଧୀନ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଆବେଦନକାରୀମାନଙ୍କ ଯୁକ୍ତିର ଅନୁଧ୍ୟାନ କରିବ । ଏହି ନେଟ୍ ସେବାର ପୁନଃ ପ୍ରଚଳନ କରିବା ପୂର୍ବରୁ ଜାତୀୟ ନିରାପତ୍ତା ଓ ମାନବିକ ଅଧିକାର ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ଏହି ଦୁଇଟି ଦିଗ ମଧ୍ୟରେ ଯେପରି ଭାରସାମ୍ୟ ରହିବ ସେଥିପ୍ରତି ଧ୍ୟାନ ଦେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରିବେ । ବର୍ତ୍ତମାନ ସବୁକିଛି କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛି ବୋଲି କୋର୍ଟ କହିଛନ୍ତି ।

hiranchal ad1
Leave A Reply

Your email address will not be published.

18 + twelve =