ଭୟଙ୍କର ହେଉଛି ଦୈନିକ ସଂକ୍ରମଣ ସ୍ଥିତି

0 76

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଆହୁରି ଭୟଙ୍କର ହୋଇଉଠିଛି । ଏବେ ଏହା ୨୯ ହଜାର ଆଡକୁ ଗତି କରିଛି । ଗତ ୨୪ ଘଣ୍ଟାରେ ରେକଡର଼୍ ୨୮ ହଜାର ୬୩୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦିନକରେ ଏତେ ସଂଖ୍ୟକ ରୋଗୀ କେବେବି ଚିହ୍ନଟ ହୋଇନଥିଲେ । ତେଣୁ ଏହାକୁ ନେଇ ଚିନ୍ତା ବଢ଼ିଛି । ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୪୯ ହଜାର ୫୫୩ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୫୫୧ ଜଣଙ୍କର ମୃତ୍ୟୁ ଘଟିଛି । ଏହାପରେ ମୋଟ ମୃତ୍ୟୁସଂଖ୍ୟା ୨୨ ହଜାର ୬୭୪କୁ ବୃଦ୍ଧି ପାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୦୯ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୩୫ଜଣ, ବିହାରରେ ୧୩୧ ଜଣ, ଚଣ୍ଡିଗଡରେ ୭ ଜଣ, ଛତିଶଗଡରେ ୧୭ ଜଣ, ଦିଲ୍ଲୀରେ ୩୩୩୪ ଜଣ, ଗୋଆରେ ୧୨ ଜଣ, ଗୁଜରାଟରେ ୨୦୩୨ଜଣ, ହରିୟାଣାରେ ୨୯୭ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୬୯ଜଣ, ଝାଡଖଣ୍ଡରେ ୨୩ ଜଣ, କର୍ଣ୍ଣାଟକରେ ୬୧୩ଜଣ, କେରଳରେ ୨୯ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୪୪ ଜଣ, ମହାରାଷ୍ଟ୍ରରେ ୧୦୧୧୬ଜଣ, ମେଘାଳୟରେ ୨ ଜଣ, ଓଡିଶାରେ ୬୧ଜଣ, ପୁଦ୍ଦୁଚେରୀରେ ୧୮ଜଣ, ପଞ୍ଜାବରେ ୧୯୫ ଜଣ, ରାଜସ୍ଥାନରେ ୫୦୩ଜଣ, ତାମିଲନାଡୁରେ ୧୮୯୮ଜଣ, ତେଲେଙ୍ଗାନାରେ ୩୪୮ଜଣ, ତ୍ରିପୁରାରେ ୨ଜଣ, ଉତ୍ତରାଖଣ୍ଡରେ ୪୬ ଜଣ, ଉତ୍ତରପ୍ରଦେଶରେ ୯୧୩ଜଣ ଏବଂ ପଶ୍ଚମବଙ୍ଗରେ ୯୦୬ ଜଣ ।

hiranchal ad1
Leave A Reply

Your email address will not be published.

12 + nine =