ଆସନ୍ତାକାଲି ସିବିଏସ୍ଇ ଦଶମ ରେଜଲ୍ଟ

0 89

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ । ସିବିଏସ୍ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାର ଥିଲା ମାତ୍ର ତାହା ବୁଧବାର ପ୍ରକାଶ ପାଇବ ବୋଲି ସୂଚନା ରହିଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଗତକାଲି ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇସାରିଛି । ପୂର୍ବଭଳି ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନେ ସେମାନଙ୍କ ଫଳାଫଳ cbseresults.nic.in, cbse.nic.in and results.nic.in. ୱେବ୍ସାଇଟ୍ରେ ଦେଖିପାରିବେ । ଚଳିତ ବର୍ଷ ୧୮ ଲକ୍ଷ ପରୀକ୍ଷାର୍ଥୀ ସିବିଏସ୍ଇ ଦଶମ ପରୀକ୍ଷା ଦେଇଛନ୍ତି । କୋଭିଡ ୧୯ ମହାମାରୀ ବ୍ୟାପିବା ପୂର୍ବରୁ ସିବିଏସଇର କିଛି ପରୀକ୍ଷା ହୋଇଥିବା ବେଳେ ଶେଷ ଆଡକୁ କିଛି ବିଷୟ ସ୍ଥଗିତ ହୋଇଥିଲା । ପରବର୍ତୀ ସମୟରେ ଜୁଲାଇ ୧ରୁ ୧୫ ଭିତରେ ବଳକା ବିଷୟ ପରୀକ୍ଷା ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ପରେ ତାହା ବନ୍ଦ ହୋଇଥିଲା । ପରବର୍ତ୍ତୀ ସମୟରେ ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ମାର୍କକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡିକର ମାର୍କ ଦିଆଯିବାକୁ ସ୍ଥିର ହୋଇଥିଲା । ବର୍ତ୍ତମାନ ଏହି ନିଷ୍ପତ୍ତି ଭିତ୍ତିରେ ମୂଲ୍ୟାଙ୍କନ କରାଯାଇ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି ।

hiranchal ad1
Leave A Reply

Your email address will not be published.

7 + two =