ଭୁବନେଶ୍ୱର : ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଭାଇଜାକ ଅନ୍ତର୍ଗତ ଆରଆର୍ ପୁରମର ଏକ କେମିକାଲ କଂପାନୀରେ ଗ୍ୟାସ୍ ଲିକ୍ ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏ ପର୍ଯ୍ୟନ୍ତ ଏହି ଘଟଣାରେ ୮ଜଣ ମୃତ୍ୟୁବରଣ କରିଥିବାବେଳେ ୨୩୦ରୁ ଅଧିକ ଆହତ ହୋଇ ବିଶାଖାପାଟନମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଗ୍ନିଶମ, ନୌସେନାବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ପ୍ରଶାସନ ଗ୍ୟାସ୍ ଲିକ୍ କାରଣର ଅନୁସନ୍ଧାନ ଆରମ୍ଭ କରିବା ସହିତ ୫ କି.ମି. ପରିଧି ପର୍ଯ୍ୟନ୍ତ ଲୋକଙ୍କୁ ସ୍ଥାନାନ୍ତର କରୁଛି । ଘଟଣାଟି ଆଜି ସକାଳ ୭ଘଣ୍ଟା ସମୟରେ ଙଟିିଛି ।