ଏକାଥରକେ ୧୦ ସନ୍ତାନ ଜନ୍ମଦେଲେ ମହିଳା

0 379

ଦକ୍ଷିଣ ଆଫ୍ରିକାର ଗୌଟେଙ୍ଗ ପ୍ରଦେଶର ଜଣେ ମହିଳା ଏକାଥରକେ ଦଶଟି ସନ୍ତାନଙ୍କୁ ଜନ୍ମ ଦେଇ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଅଦ୍ୟାବଧି ଏହି ରେକର୍ଡ ମାଲିର ହଲିମା ସିସେଙ୍କ ନାମରେ ଥିଲା, ଯିଏ ଗତ ମାସରେ ନଅ ପିଲାଙ୍କୁ ଏକାଠି ଜନ୍ମ ଦେଇଥିଲେ । ଏକାଠି ଅଧିକାଂଶ ସନ୍ତାନ ଜନ୍ମ ଦେଇଥିବା ମହିଳାଙ୍କ ନାମ ହେଉଛି ଗୋସିଆମ୍‌ ଥାମାରା ସାଇଥୋଲ୍‌ । ୩୭ ବର୍ଷର ସାଇଥୋଲ ଏହି ପିଲାମାନଙ୍କୁ ପ୍ରିଟୋରିଆର ଏକ ଡାକ୍ତରଖାନାରେ ଜନ୍ମ ଦେଇଥିଲେ । ସାଇଥୋଲ ସାତ ପୁଅ ଏବଂ ତିନି ଝିଅଙ୍କୁ ଜନ୍ମ ଦେଇଛନ୍ତି । ସାଇଥୋଲ କହିଛନ୍ତି ଯେ ସେ କୌଣସି ପ୍ରକାରର ପ୍ରଜନନ ଚିକିତ୍ସା ନେଇନାହାଁନ୍ତି । ଗର୍ଭଧାରଣର ୨୯ ସପ୍ତାହ ପରେ ସେ ଏହି ଶିଶୁମାନଙ୍କୁ ଜନ୍ମ ଦେଇଛନ୍ତି ସାଇଥୋଲ । ସାଇଥୋଲଙ୍କ ସ୍ୱାମୀ ଟେବୋହୋ ସୋସେଟି କହିଛନ୍ତି ଯେ ସେ ଏହା ଉପରେ ଅତ୍ୟନ୍ତ ଭାବପ୍ରବଣ ଏବଂ ବହୁତ ଖୁସି ।

hiranchal ad1
Leave A Reply

Your email address will not be published.

9 + 3 =