କେନ୍ଦ୍ର କର୍ମଚାରୀଙ୍କ ଡିଏ ବଢିଲା

0 170

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଓ ଦରବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୭ରୁ ସିଧା ୨୮%କୁ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ମହଙ୍ଗା ଭତ୍ତା(ଡିଏ)ରେ ମୋଟ ୧୧% ବମ୍ଫର ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ। କେନ୍ଦ୍ର ସରକାର ସେପ୍ଟେମ୍ବର ମାସରୁ ନିଜର କର୍ମଚାରୀଙ୍କୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଦେବା ଆରମ୍ଭ କରିବେ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ ଲାଭବାନ ହେବେ।

hiring

hiranchal ad1
Leave A Reply

Your email address will not be published.

14 + 7 =