କୋଲକତା : ପଶ୍ଚିମବଙ୍ଗରେ ଟିଏମସି ବହୁମତ ହାସଲ କରିବା ସହ ସରକାର ଗଠନ କରିଛି । ନିର୍ବାଚନ ପୂର୍ବରୁ କେତେକ ଟିଏମ୍ସି ନେତା ବିଜେପି ଦଳରେ ମିଶିଥିଲେ । ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ ବିଜେପି ଟିକେଟ୍ ଦେଇଥିଲା । ସେମାନଙ୍କ ମଧ୍ୟରୁ କେତେକ ବିଧାୟକ ହୋଇଥିବା ବେଳେ ଆଉ କେତେକ ପରାଜିତ ହୋଇଛନ୍ତି । ଏବେ ଏହି ନେତାମାନେ ଟିଏମ୍ସି ଶିବିରକୁ ଫେରିବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରିଏବେ ଶୁଣିବାକୁ ମିଳୁଛି ଯେ, ବିଜେପିର ୩୩ଜଣ ବିଧାୟକ ଟିଏମ୍ସି ସଂପର୍କ ଅଛନ୍ତି । ଏମାନେ ସବୁ ମମତା ବାନାର୍ଜୀଙ୍କ ସରକାରରେ ସାମିଲ ହେବାକୁ ଚାହୁଁଥିବା କୁହାଯାଉଛି । ଏହା ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଉପସଭାପତିି ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ତୃଣମୂଳ କଂଗ୍ରେସରେ ଯୋଗଦେବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ତେବେ ବିଜେପି ମୁଖପାତ୍ର ଶାମିକ ଭଟ୍ଟାଚାର୍ଯ୍ୟ ଏହାକୁ ଏକ ଶୁଦ୍ଧ ଗୁଜବ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ୩୩ ବିଧାୟକଙ୍କ କଥା କହୁଛନ୍ତି ତାଙ୍କୁ ୭୨ ବିଧାୟକ ଟିଏମ୍ସିରେ ସାମିଲ ହେବା କଥା କହିବି କାରଣ ଏହା ସଂପୂର୍ଣ୍ଣ ମିଥ୍ୟା ।
ସେହିପରି ଟିଏମସି ସାଂସଦ ଶୁଙ୍ଖେନ୍ଦୁ ଶେଖର ରାୟ କହିଛନ୍ତି ଯେ ଶନିବାର ଦିନ ଅପରାହ୍ନ ୩ ଟାରେ ପାର୍ଟି ଅଫିସରେ ଆମର ଏକ ବୈଠକ ଅଛି । ଏହି ପ୍ରସଂଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବର୍ତ୍ତମାନ କାହାକୁ ଦଳରେ ମିଶାଯିବା ପୂର୍ବରୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ଯେପରି, ଯିଏ ଆସିବାକୁ ଚାହୁଁଛି, ସେ କାହିଁକି ଦଳ ଛାଡିଛନ୍ତି? ସେ କାହିଁକି ଫେରିବାକୁ ଚାହୁଁଛନ୍ତି? ଏହା ମଧ୍ୟ ଦେଖାଯିବ ଯେ ଏହା ପଛରେ ବିଜେପିର ଷଡଯନ୍ତ୍ର କିଛି ଅଛି କି ବୋଲି ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.