ଟିକା ନେବା ପରେ ସାର୍ଟିଫିକେଟ ସେୟାର କରୁଛନ୍ତି କି ?

0 236

ନୂଆଦିଲ୍ଲୀ : ଯଦି ଆପଣ ଟିକା ନେବା ପରେ ସୋସିଆଲ ମିଡିଆରେ ସରକାର ଦେଇଥିବା ଟିକା ପ୍ରମାଣପତ୍ରକୁ ମଧ୍ୟ ସେୟାର କରିଛନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ କରିପାରେ । ଏଇଥି ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ସତର୍କ ସୂଚନା ଜାରି କରିଛି ।
ଟିକାକରଣ ପ୍ରମାଣପତ୍ରରେ ନାମ, ବୟସ, ଲିଙ୍ଗ ଏବଂ ପରବର୍ତ୍ତୀ ମାତ୍ରା ତାରିଖ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି, ଯାହା ଅପରାଧୀଙ୍କ ପାଇଁ ସହାୟକ ହୋଇପାରେ । ଗୃହ ମନ୍ତ୍ରଣାଳୟ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ (ସାଇବର ଦୋସ୍ତ) ଏକ ପୋଷ୍ଟର ମଧ୍ୟ ଜାରି କରିଛି ।
ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରମାଣପତ୍ରରେ ଥିବା କ୍ୟୁଆର- କୋଡ୍‌ ସ୍କାନ୍‌ କରି ବାକି ବିବରଣୀ ମଧ୍ୟ ଜଣେ ଖୁବ ସହଜରେ ଜାଣିପାରିବ । ଅଭିଯୁକ୍ତ ଫୋନ୍‌ କଲ କରି ସରକାରୀ କର୍ମଚାରୀର ପରିଚୟ ଦେଇ ଆପଣଙ୍କୁ ଦ୍ୱିତୀୟ ତାଙ୍କୁ ଦ୍ୱିତୀୟ ଡୋଜ ନେବା ସଂପର୍କ କହି ଆପଣଙ୍କଠାରୁ ଓଟିପି ନମ୍ବର ନେଇଯାଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଜଲନ୍ଦର ସାଇବର କ୍ରାଇମ ଏସପି ରବି କୁମାର କହିଛନ୍ତି ଯେ ଟିକାକରଣ ପ୍ରମାଣପତ୍ରରେ ଅନେକ ଲୋକ ସେମାନଙ୍କର ପାନ କାର୍ଡ ଭଳି ସମ୍ବେଦନଶୀଳ ଦଲିଲ ପ୍ରମାଣ ଦେଇଛନ୍ତି । ଏହି କାରଣରୁ, ଆର୍ଥିକ ତଥ୍ୟ ସାଇବର ଠକଙ୍କ ହାତରେ ଲାଗିଯାଏ ଓ ସେମାନେ ଏହାର ଫାଇଦା ନେଇଥାନ୍ତି ବୋଲି ସେ କହିଛନ୍ତି ।

hiring

ଧ୍ୟାନ ରଖନ୍ତୁ : କାହାକୁ ଓଟିପି କିମ୍ବା ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ

-ଦ୍ୱିତୀୟ ଡୋଜ ପରେ ହିଁ ତୁମର ସାର୍ଟିଫିକେଟ୍‌ ଡାଉନଲୋଡ୍‌ କର ।
-ସୋସିଆଲ ମିଡିଆରେ ସାର୍ଟିଫିକେଟ୍‌ ସେୟାର କରନ୍ତୁ ନାହିଁ ।
-ଟିକାକରଣ ସମ୍ବନ୍ଧୀୟ କୌଣସି କଲ୍‌ ଉପରେ ବ୍ୟକ୍ତିଗତ ତଥ୍ୟ କିମ୍ବା ଓଟିପି ସେୟାର କରନ୍ତୁ ନାହିଁ ।
-ଟିକାକରଣ ସମ୍ବନ୍ଧରେ କୌଣସି ନକଲି ବାର୍ତ୍ତା କିମ୍ବା ଲିଙ୍କ୍‌ ପଠାନ୍ତୁ ନାହିଁ ।
-ଯଦି କୌଣସି ବ୍ୟକ୍ତି ଏହା କରନ୍ତି, ତେବେ ତାଙ୍କୁ ତୁରନ୍ତ ଏହା ବିଷୟରେ ଅବଗତ କର ।
hiranchal ad1
Leave A Reply

Your email address will not be published.

five − two =