ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନ ଥମିବା ପରେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲର ଦର । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଜି ୧୯ ପଇସା ବୃଦ୍ଧି ପାଇଛି । ଯାହା ପରେ ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୫.୫୬ କୁ ବୃଦ୍ଧି ପାଇଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ଏହି ସମୟରେ, ଡିଜେଲ ଲିଟର ମୂଲ୍ୟ ହେଉଛି ୮୬.୪୭ । ଚଳିତ ବର୍ଷ ମେ ୪ ପରେ ପେଟ୍ରୋଲ ଏବଂ ଡିଜେଲ ୨୨ ଥର ମହଙ୍ଗା ହୋଇଛି । ଅନ୍ତର୍ଜାତୀୟ ବଜାରରେ ଗତ ୧୫ ଦିନର ହାରାହାରି ମୂଲ୍ୟ ଆଧାରରେ ତୈଳ କମ୍ପାନୀଗୁଡିକ ଘରୋଇ ବଜାରରେ ଦୈନିକ ମୂଲ୍ୟ ସ୍ଥିର କରନ୍ତି ।