ଏହି ରେଷ୍ଟୁରାଣ୍ଟରେ ଟିକା ନେଇଥିବା ଲୋକଙ୍କୁ ମିଳୁଛି ସ୍ପେଶାଲ ଡିସ୍‌କାଉଣ୍ଟ

0 120

ନୂଆଦିଲ୍ଲୀ : କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତେ ଏବେ ଟିକା ନେବାକୁ ଉଦ୍ୟମ କରୁଛନ୍ତି । ଏହି ସମୟ ମଧ୍ୟରେ ଦିଲ୍ଲୀରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବା ଆରମ୍ଭ କରିଛି । ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛି, ଯାହା ଦ୍ୱାରା ଲୋକଙ୍କୁ ଟିକାକରଣ ବିଷୟରେ ଅବଗତ କରାଯାଇପାରିବ ।
ଦିଲ୍ଲୀର ଯମୁନା ବିହାରରେ ଥିବା ‘ଜାୟକା ଏ ଦିଲ୍ଲୀ’ ରେଷ୍ଟୁରାଣ୍ଟରେ ଯେଉଁ ବ୍ୟକ୍ତିମାନେ ଟିକା ନେଇଛନ୍ତି ତାଙ୍କୁ ପାଇଁ ବିଶେଷ ରିହାତି ଦିଆଯାଉଛି ।
ଏହି ଅନନ୍ୟ ପଦକ୍ଷେପ ଅନୁଯାୟୀ ଖାଦ୍ୟ ଉପରେ ୨୦ ପ୍ରତିଶତ ରିହାତି ଦିଆଯିବ ।
‘ଜାୟକା ଏ ଦିଲ୍ଲୀ’ ରେଷ୍ଟୁରାଣ୍ଟର ୨୫ ବର୍ଷିୟ ମାଲିକ ଗୌରବ ଶର୍ମା କହିଛନ୍ତି, କରୋନା ସମୟରେ ଅଭାବୀ ଲୋକଙ୍କୁ ଖାଇବାକୁ ଦେବା ବ୍ୟତୀତ ବର୍ତ୍ତମାନ ଟିକାକରଣ ଉପରେ ବିଶେଷ ଧ୍ୟାନ ଦେଉଛି । ମୁଁ ମୋର ରେଷ୍ଟୁରାଣ୍ଟରୁ ଖାଦ୍ୟ ଖାଉଥିବା ଲୋକଙ୍କୁ ୨୦ ପ୍ରତିଶତ ରିହାତି ଦେବି, ଯେଉଁମାନେ କି ଟିକାକରଣରେ ସାମିଲ ହୋଇଥିବେ ।
ରେଷ୍ଟୁରାଣ୍ଟରୁ ଖାଦ୍ୟ ପାର୍ସଲ କିମ୍ବା ଖାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଟିକା ନେବାର ପ୍ରମାଣପତ୍ର ଦେଖାଇବାକୁ ପଡିବ । ତେବେ ଯାଏଁ ଆପଣଙ୍କୁ ଏହି ସୁବିଧା ମିଳିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − nine =