ନୂଆଦିଲ୍ଲୀ: ଦୁଇ ମାସରୁ ଅଧିକ ସମୟ ପରେ ମଙ୍ଗଳବାର ଦିନ ଦେଶରେ ଏକ ଲକ୍ଷରୁ କମ୍ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -୧୯ ସଂକ୍ରମଣର ୮୬,୪୯୮ ନୂତନ ମାମଲା ପଞ୍ଜିକୃତ ହୋଇଛି । ଗତ ୬୩ ଦିନ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ଦୈନିକ ସଂଖ୍ୟା । ଏବେ ଭାରତରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୩ ଲକ୍ଷରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୭,୯୦୭ ହ୍ରାସ ପାଇ ମୋଟ ସକ୍ରିୟ ମାମଲା ୧୩,୦୩,୭୦୨ରେ ପହଞ୍ଚିଛି ।
ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟା ମଧ୍ୟରେ ୨୧୨୩ ରୋଗୀଙ୍କର ମୃତ୍ୟୁ ହୋଇଛି । ଏମାନଙ୍କୁ ମିଶାଇ ସମୁଦାୟ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯ ପର୍ଯ୍ୟନ୍ତ ପହଞ୍ଚିଛି । ମୃତ୍ୟୁ ହାର ୧.୨୧ ପ୍ରତିଶତରେ ରେକର୍ଡ ହୋଇଥିବାବେଳେ ପୁନରୁଦ୍ଧାର ହାର ୯୪.୨୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ସକ୍ରିୟ ରୋଗୀଙ୍କ ୪.୫ ପ୍ରତିଶତ ମଧ୍ୟ ରେକର୍ଡ କରାଯାଇଛି । ସାପ୍ତାହିକ ସଂକ୍ରମଣ ହାର ୬ ପ୍ରତିଶତକୁ ଖସି ଆସିଛି ।
Sign in
Sign in
Recover your password.
A password will be e-mailed to you.