କରୋନା : ଅଗଷ୍ଟରେ ସମସ୍ତଙ୍କୁ ପଛରେ ପକାଇଛି

0 95

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ଭାରତର ସ୍ଥିତି ସମଗ୍ର ବିଶ୍ୱରେ କ୍ରମଶଃ ଅଧିକ ସାଙ୍ଘାତିକ ରୂପ ନେଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଜୁଲାଇ ଓ ଅଗଷ୍ଟରେ ଦେଶର ଦୈନିକ ସଂକ୍ରମଣ ମାମଲା ଚିନ୍ତାଜନକ ହୋଇଛି । ଅଗଷ୍ଟ ମାସ ଆରମ୍ଭରୁ ଦୈନିକ ସଂକ୍ରମଣରେ ଏହା ଆମେରିକା ଓ ବ୍ରାଜିଲ୍‌ ଭଳି ସର୍ବାଧିକ ପ୍ରଭାବିତ ଦେଶଙ୍କୁ ପଛରେ ପକାଇଛି । କରୋନା ଗ୍ରାଫ୍‌ କ୍ଷେତ୍ରରେ ଏହା ହଟସ୍ପଟ୍‌ ବୋଲି କୁହାଯାଇପାରେ । ଚର୍ଚ୍ଚିତ ମାସରେ ସଂକ୍ରମଣର ସର୍ବାଧିକ ମାମଲା ଭାରତରେ ହିଁ ଦେଖିବାକୁ ମିଳିଛି । ଏବେ ବିଶ୍ୱ ସଂକ୍ରମଣ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଦୈନିକ ସଂକ୍ରମଣରେ ବର୍ତ୍ତମାନ ଏହା ଆମେରିକାକୁ ପଛରେ ପକାଇଛି । ଗତ କିଛିଦିନ ହେଲା ପ୍ରତିଦିନ ୬୦ ହଜାରରୁ ଅଧିକ କରୋନା ରୋଗୀ ବାହାରୁଚନ୍ତି । ଗତ ୨୪ ଘଣ୍ଟାରେ ପୁଣି ରେକଡର଼୍ ୬୪ ହଜାର ୩୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୫୩ ହଜାର ୧୦ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୩ ହଜାର ୩୭୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଆଉ ୮୬୧ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୪ ଲକ୍ଷ ୮୦ ହଜାର ୮୮୪କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ଚଳିତ ମାସରେ ସଂକ୍ରମଣ ଗତି ଚିନ୍ତା ବଢ଼ାଇଛି । ନୂଆ ମାମଲା ସହ କରୋନା ଜନିତ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି । ଶୁକ୍ରବାର ଦିନ ଦେଶରେ ୬୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ଏବଂ ୯୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ୬ ଦିନରେ ଦେଶରେ ୩ ଲକ୍ଷ ୨୮ ହଜାର ୯୦୩ ନୂଆ ମାମଲା ରେକର୍ଡ କରାଯାଇଛି ।ଏହି ୬ ଦିନରେ ଆମେରିକାରେ ୩ ଲକ୍ଷ ୨୬ ହଜାର ୧୧୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ବ୍ରାଜିଲରେ ୨ ଲକ୍ଷ ୫୧ ହଜାର ୨୬୪ ନୂଆ ମାମଲା ରେକର୍ଡ କରାଯାଇଛି । ଅଗଷ୍ଟ ମାସର ଛଅ ଦିନ ମଧ୍ୟରୁ ୪ ଦିନରେ ନୂଆ କରୋନା ରୋଗୀ ସଂଖ୍ୟା ଭାରତରେ ସବୁଠାରୁ ଅଧିକ ରେକର୍ଡ କରାଯାଇଛି ।୧୦ ଲକ୍ଷ ନୂଆ ମାମଲା କେବଳ ୨୧ ଦିନରେ ରେକର୍ଡ କରାଯାଇଛି । ଏହା ପୂର୍ବରୁ ଜୁଲାଇ ୧୬ ତାରିଖରେ ଦେଶରେ ୧୦ ଲକ୍ଷ ସଂକ୍ରମିତ ଥିଲେ ।
ଦେଶରେ କରୋନା ଗ୍ରାଫରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଲା ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ । ଶୁକ୍ରବାର ଦିନ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ୧୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ତା’ଛଡା ବିହାର, ତେଲେଙ୍ଗାନା, ଓଡିଶା, ପଞ୍ଜାବ ଓ ମଣିପୁରରେ ମଧ୍ୟ କରୋନା ମାମଲା ବଢ଼ିବାରେ ଲାଗିଛି ।
ୱାର୍ଲଡମିଟର ଅନୁଯାୟୀ, ଶୁକ୍ରବାର ରାତି ୧୧ଟା ୪୫ ମିନିଟ ସୁଦ୍ଧା ଦୁନିଆରେ କରୋନା ଭାଇରସର ୧ କୋଟି ୯୪ ଲକ୍ଷ ମାମଲା ରେକର୍ଡ କରାଯାଇଥିଲା । ଏଥିରୁ ୧ କୋଟି ୭୦ ହଜାର ମାମଲା କେବାର ଭାରତ, ଆମେରିକା ଓ ବ୍ରାଜିଲରେ ରହିଛି । ଅଗଷ୍ଟ ୭ ତାରିଖ ସୁଦ୍ଧା ଦେଶରେ ୨୦ ଲକ୍ଷ ୮୬ ହଜାର, ବ୍ରାଜିଲରେ ୨୯ ଲକ୍ଷ ୩୦ ହଜାର ଓ ଆମେରିକାରେ ୫୦ ଲକ୍ଷ ୫୩ ହଜାର ମାମଲା ରେକର୍ଡ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

6 − six =