ଦେଶରେ କରୋନା ସ୍ଥିତି ଅସମ୍ଭାଳ

0 83

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଅତି ସାଙ୍ଘାତିକ ରୂପ ଧାରଣ କରୁଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଗତ କିଛିଦିନ ହେଲା ଦୈନିକ ନୂଆ ରୋଗୀ ସଂଖ୍ୟା ୬ ହଜାର ଉପରେ ରହୁଥିଲା ବେଳେ ଆଜି ଗୋଟିଏ ଦିନରେ ଏହା ୭ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ୭,୪୬୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୭୯୯କୁ ବୃଦ୍ଧି ପାଇଛି । ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୭୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାପରେ ମୃତ୍ୟୁ ସଂଖ୍ୟା ୪,୭୦୬କ୍‌ୁ ବୃଦ୍ଧି ପାଇଛି । ବିଶ୍ୱରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି । ଆମେରିକା ପରେ ଏବେ ବ୍ରାଜିଲ୍ ନୂଆ ହଟ୍‌ସ୍ପଟ୍ ଭାବେ ଉଭା ହୋଇଛି । ଏହି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬,୪୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ତାଲିକାରେ ଭାରତ ଏବେ ତୁର୍କୀକୁ ଅତିକ୍ରମ କରିଛି । ତୁର୍କୀରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୬୦ ହଜାର ରହିଛି । ଦେଶରେ ଅବଶ୍ୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୭୧ ହଜାର ୧୦୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି । ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଭଳି କେତେକ ରାଜ୍ୟ ଦେଶର ସଂକ୍ରମଣ ସ୍ଥିତିକୁ ସାଙ୍ଘାତିକ ଅବସ୍ଥାକୁ ନେଇ ଆସିଛନ୍ତି । ମୁମ୍ବାଇ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୦୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟର କରୋନା ରୋଗୀ ସଂଖ୍ୟା ୫୯ ହଜାର ୫୪୬କୁ ବୃଦ୍ଧି ପାଇଛି । ସେହିପରି, ଗୋଟିଏ ଦିନରେ ଆଉ ୮୪ ଜଣ ପ୍ରାଣ ହରାଇଛନ୍ତି । ଫଳରେ ମୃତ୍ୟୁ ସଂଖ୍ୟା ୧୯୮୨ରେ ପହଞ୍ଚିଛି ।ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୩୭୨ରେ ପହଞ୍ଚିଛି । ସେହିପରି, ଦିଲ୍ଲୀରେ ମଧ୍ୟ ଉଦ୍‌ବେଗଜନକ ଭାବେ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକ ହଜାରରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଏଠାରେ ରୋଗୀ ସଂଖ୍ୟା ଏବେ ୧୬ ହଜାର ୨୮୧ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧୬ ରହିଛି । ଗୁଜୁରାଟ ପରିସ୍ଥିତି ମଧ୍ୟ ଅତି ଗୁରୁତର ହେବାରେ ଲାଗିଛି । ସେଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୫୬୨ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

5 × one =