ବିନା ପରୀକ୍ଷାରେ ଦଶମ ଶ୍ରେଣୀର ସବୁ ଛାତ୍ରଛାତ୍ରୀ ପାସ୍‌

0 104

ଚେନ୍ନାଇ : କରୋନା ସଂକ୍ରମଣ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହୋଇଥିବା ବେଳେ କେତେକ ଭଲ ଘଟଣା ମଧ୍ୟ ଘଟୁଛି । କରୋନା ଯୋଗୁଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାର ଏଭଳି କେତେକ ନିଷ୍ପତ୍ତି ନେଉଛନ୍ତି ଯାହା ଲୋକଙ୍କୁ ଉପକୃତ କରାଉଛି । ତା\’ମଧ୍ୟରୁ ପିଲାଙ୍କ ପରୀକ୍ଷା ସଂକ୍ରାନ୍ତ ନିଷ୍ପତ୍ତି ଅନ୍ୟତମ । କିଛି ଦିନ ତଳେ ତେଲେଙ୍ଗାନା ସରକାର ଏକ ନିଷ୍ପତ୍ତି ଘୋଷଣା କରିଥିଲେ । ଯାହା ଫଳରେ ରାଜ୍ୟରେ ଦଶମ ଶ୍ରେଣୀର ସବୁ ଛାତ୍ରଛାତ୍ରୀ ପାସ୍ ଘୋଷିତ ହୋଇଥିଲେ । ଏବେ ତାମିଲନାଡୁ ସରକାର ସେହିଭଳି ନିଷ୍ପତ୍ତି ଘୋଷଣା କରିଛନ୍ତି । ଫଳରେ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ ପାସ୍ ହେବେ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପାଲାନୀସ୍ୱାମୀ ଆଜି ଏହି ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ, ଜୁନ୍ ୧୫ ତାରିଖରୁ ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ହେବାର ଥିଲା କିନ୍ତୁ କରୋନା ସଂକ୍ରମଣ ଭୟଙ୍କର ଭାବେ ମାଡି ଚାଲିଥିବାରୁ ପରୀକ୍ଷା କରିବା ସମ୍ଭବ ନୁହେଁ । ପରୀକ୍ଷାକୁ ସଂପୂର୍ଣ୍ଣ ବାତିଲ କରାଯାଇଛି । ପିଲାମାନେ ବିନା ପରୀକ୍ଷାରେ ଦଶମ ଶ୍ରେଣୀ ପାସ୍ ଘୋଷିତ ହେବେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କରୋନା ସଂକ୍ରମଣ ନିକଟ ଭବିଷ୍ୟତରେ ଦୂର ହେବାର କୌଣସି ସମ୍ଭାବନା ନାହିଁ । ତେଣୁ ପରୀକ୍ଷା ହୋଇପାରିବ ନାହିଁ । ବିନା ପରୀକ୍ଷାରେ ପିଲାମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ପିଲାମାନଙ୍କୁ ଓ ଅଭିଭାବକମାନଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛି ।

hiranchal ad1
Leave A Reply

Your email address will not be published.

4 × 3 =