ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା,ଜିତିନ ପ୍ରସାଦ ବିଜେପିରେ ମିଶିଲେ

0 140

ନୂଆଦିଲ୍ଲୀ : କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ନେଇ ଖୁବ୍‌ ଆଲୋଚନା ଆରମ୍ଭ ହୋଇଛି । ବୁଧବାର ସକାଳେ ବିଜେପି ସାଂସଦ ତଥା ଜାତୀୟ ମୁଖପାତ୍ର ଅନିଲ ବାଲୁନି ଜିତିନ ପ୍ରସାଦଙ୍କ ବିଜେପିରେ ଯୋଗଦେବେ ବୋଲି ଇସାରା ଦେଇଥିଲେ । କଂଗ୍ରେସର ଏକ ବଡ ବ୍ରାହ୍ମଣ ଚେହେରା ଜିତିନ ପ୍ରସାଦ ଗତ କିଛି ଦିନ ହେବ ଦଳର ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ହୋଇଥିଲେ । ସେ ୟୁପି କଂଗ୍ରେସର କିଛି ନେତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଜିତିନ କଂଗ୍ରେସ ସାଂସଦ ରାହୁଲଙ୍କ ଗାନ୍ଧିଙ୍କ ନିକଟତର ଥିଲେ ।
ବିଜେପିରେ ଯୋଗଦେବା ପରେ ଜିତିନ ପ୍ରସାଦ କହିଛନ୍ତି, ‘ମୁଁ କଂଗ୍ରେସ ଦଳ ସହିତ ୩ ପୀଢି ଧରି ରହିଆସିଛି । ବହୁ ଚିନ୍ତା, ବିଚାର ପରେ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଆଜି ପ୍ରଶ୍ନ ହେଉଛି ମୁଁ କେଉଁ ଦଳ ଛାଡିଛି କିନ୍ତୁ ପ୍ରଶ୍ନ ହେଉଛି ମୁଁ କେଉଁ ପାର୍ଟିକୁ ଯାଉଛି ଏବଂ କାହିଁକି? ଗତ ୮-୧୦ ବର୍ଷ ମଧ୍ୟରେ ମୁଁ ହୃଦୟଙ୍ଗମ କରିଛି ଯେ ବିଜେପି ହିଁ କେବଳ ଜାତୀୟ ଦଳ । ଅନ୍ୟ ଦଳଗୁଡିକ ଆଞ୍ଚଳିକ, କିନ୍ତୁ ଏହା ଏକ ଜାତୀୟ ଦଳ । ଆଜି ଦେଶ ଯେଉଁ ପରିସ୍ଥିତିରେ ଗତି କରୁଛି, ଯଦି କୌଣସି ରାଜନୈତିକ ଦଳ କିମ୍ବା ନେତା ଦେଶର ସ୍ୱାର୍ଥ ପାଇଁ ଛିଡା ହୁଅନ୍ତି, ତେବେ ଏହା ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

hiranchal ad1
Leave A Reply

Your email address will not be published.

3 + six =