ଦେଶର ନାମ ପରିବର୍ତ୍ତନ ମାମଲା: ନିଷ୍ପତ୍ତି ନେବେ କେନ୍ଦ୍ର ସରକାର

0 58

ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆ ପରିବର୍ତ୍ତେ କେବଳ ଭାରତ ରଖିବା ଲାଗି ଦାବି କରି ଦାଏର ହୋଇଥିବା ପିଟିସନ ଉପରେ ସୁପ୍ରିମ୍‌କୋର୍ଟ ଆଜି ଶୁଣାଣି କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଦେଶର ନାମ କ’ଣ ରହିବ ସେ ନିଷ୍ପତ୍ତି କେନ୍ଦ୍ର ସରକାର ଗ୍ରହଣ କରିବେ । ସମ୍ବିଧାନରେ ଇଣ୍ଡିଆର ନାମ ଭାରତ ରହିଛି । ଇଂରାଜୀରେ ଇଣ୍ଡିଆ ଶବ୍ଦ ବ୍ୟବହାର ହେଉଛି । ତା’ସହିତ ଭାରତ ଶବ୍ଦ ମଧ୍ୟ ରହିଛି । ଦେଶର ନାମ ଇଂରାଜୀରେ ରହିଲେ ଦେଶର ଚରିତ୍ର ବଦଳିଯିବ ନାହିଁ । ଯଦି ପରିବର୍ତ୍ତନ କରିବାର ଅଛି, ତେବେ ସୁପ୍ରିମ୍‌କୋର୍ଟ ନୁହେଁ, ବରଂ କେନ୍ଦ୍ର ସରକାର ଚାହିଁଲେ କରିପାରିବେ ବୋଲି କୋର୍ଟ କହିଛନ୍ତି । ଦେଶର ନାମ ପରିବତ୍ତନ ପାଇଁ ସମ୍ବିଧାନରେ ଥିବା ନୂଆ ନିୟମର ସଂଶୋଧନ ଆବଶ୍ୟକତା ମଧ୍ୟ ରହିଛି । ଆବେଦନକାରୀ ଜଣେ ଓକିଲ । ଆବେଦନକାରୀ ଅଶ୍ୱିନ ବୈଶ୍ୟ ତାଙ୍କ ପିଟିସନରେ କହିଛନ୍ତି ଯେ, ଇଣ୍ଡିଆ ଗ୍ରୀକ୍ ଭାଷାରୁ ଆସିଥିବା ଏକ ଶବ୍ଦ । ଏହାର ମୂଳ ଶବ୍ଦ ଇଣ୍ଡିକା । ଇତିହାସରେ ଭାରତ ମାତା କି ଜୟ ସ୍ଲୋଗାନ ରହିଛି । ତେଣୁ ଦେଶର ନାମ କେବଳ ଭାରତ ରଖାଯାଉ ବୋଲି ସେ ବିଚାରପତିଙ୍କ ଆଗରେ ଦୃଢ଼ ଯୁକ୍ତି ବାଢ଼ିଥିଲେ । ତେବେ ସୁପ୍ରିମ୍‌କୋର୍ଟ ଏହାର ଶୁଣାଣି କରିବାକୁ ମନା କରିବା ସହ କୌଣସି ନିର୍ଦ୍ଦେଶ ଦେବାକୁ ମଧ୍ୟ ମନା କରିଦେଇଥିଲେ । ଏହାପରେ କୋର୍ଟ ଆବେଦନକାରୀଙ୍କୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରନ୍ତି ବୋଲି ଅନୁମାନ କରାଯାଉଛି । ଏହାଛଡ଼ା ନାମ ପରିବର୍ତ୍ତନ ପାଇଁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମଧ୍ୟ ସେ କହିଥିଲେ ; କିନ୍ତୁ କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × 1 =