ସ୍ୱାସ୍ଥ୍ୟକର୍ମୀ ସଂକ୍ରମଣ ନେଇ ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ

0 67

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟକର୍ମୀମାନେ ଆକ୍ରାନ୍ତ ହେଉଥିବାରୁ ତାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ସମଗ୍ର ଦେଶରେ ଶତାଧିକ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି । ସୁପ୍ରିମ୍‌କୋର୍ଟ ଏଥିନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । କରୋନା ଯୋଦ୍ଧାମାନଙ୍କୁ ଦରମା ନମିଳିବା ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ଯେ, କରୋନା ଯୁଦ୍ଧରେ ସୈନ୍ୟଙ୍କୁ ସରକାର ଅସନ୍ତୁଷ୍ଟ କରିପାରିବେ ନାହିଁ । ସେମାନଙ୍କ ଦାବି ପୁରା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଯୋଦ୍ଧାମାନଙ୍କୁ ଦରମା ନଦେବା ଏବଂ ଆବଶ୍ୟକୀୟ ସୁବିଧା ସୁଯୋଗ ନଯୋଗାଇ ଦେବା ଏକ ଚିନ୍ତାର ବିଷୟ । ଏସବୁ ସମସ୍ୟାକୁ ସରକାର ତୁଲାଇବା ଦରକାର । ତେବେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିମଳିବା ମାମଲାରେ ଅଦାଲତ ହସ୍ତକ୍ଷେପ ନକରିବା ଉଚିତ୍ ହେବ ବୋଲି କୋର୍ଟ କହିଛନ୍ତି । ଜଣେ ଡାକ୍ତରଙ୍କ ଅଭିଯୋଗର ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି । ଡାକ୍ତରମାନଙ୍କ ଅଭିଯୋଗ କରି କହିଥିଲେ ଯେ, ଆଗଧାଡ଼ିରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଦରମା ଦିଆଯାଉ ନାହିଁ । ସେମାନଙ୍କ ଦରମା କଟାଯାଉଛି, କିମ୍ବା ବିଳମ୍ବରେ ମିଳୁଛି । ଡାକ୍ତରଜଣକ ଅଭିଯୋଗ ଆଣିବା ପରେ ଜଷ୍ଟିସ୍ ଅଶୋକ ଭୂଷଣ, ଏସ୍‌କେ କୌଲ ଓ ଏମ୍‌ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି । ଅନେକ ଡାକ୍ତର ଦରମା ପାଉନାହାଁନ୍ତି । ତେଣୁ ବହୁ ଡାକ୍ତର ଧର୍ମଘଟ କରୁଛନ୍ତି । ଦିଲ୍ଲୀର କିଛି ଡାକ୍ତର ଅଭିଯୋଗ ଆଣିଥିଲେ ଯେ, ସେମାନେ ଗତ ତିନି ମାସ ହେବ ଦରମା ପାଇନାହାଁନ୍ତି । ଏସବୁ ସମସ୍ୟାକୁ ସରକାର ସମାଧାନ କରିବା ଉଚିତ୍ । ଅଦାଲତ ଏ କ୍ଷେତ୍ରରେ କରିବା ଠିକ୍ ହେବ ନାହିଁ ବୋଲି କୋର୍ଟ କହିଛନ୍ତି ।ଗୃହ ବିଭାଗର ପ୍ରମୁଖ ସଚିବ ସଂଜିବ ଚୋପ୍ରା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

8 + twenty =