ବିମାନ ଯାତ୍ରା ପାଇଁ କେଉଁ କ୍ଷେତ୍ରରେ କେତେ ଭଡ଼ା ଦେବାକୁ ପଡ଼ିବ ଜାଣନ୍ତୁ

0 70

ନୂଆଦିଲ୍ଲୀ : ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ ଯାତ୍ରୀ ବିମାନ ସେବା ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ୍ ଜାରି କରିଛନ୍ତି । ବିମାନ ଯାତ୍ରା ପାଇଁ କେଉଁ କ୍ଷେତ୍ରରେ କେତେ ଭଡ଼ା ଦେବାକୁ ପଡ଼ିବ ସେ ନେଇ ଏଥିରେ ସୂଚନା ରହିଛି । ଘରୋଇ ବିମାନ ଚଳାଚଳ ଯଦି ଠିକ୍‌ଠାକ୍ ଭାବେ ଚାଲେ, ତା’ହେଲେ ତାହାକୁ ଆଧାର କରି ଆଗାମୀ ଦିନରେ ଦେଶ-ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ଘରୋଇ ରୁଟ୍‌ରେ ବିମାନ ଚାଳଚଳ ପାଇଁ ସର୍ବନିମ୍ନ ଓ ସର୍ବାଧିକ ଭଡ଼ା ଧାର୍ଯ୍ୟ କରାଯାଇଛି । ଦିଲ୍ଳୀ-ମୁମ୍ବାଇ ରୁଟ୍ ପାଇଁ ସର୍ବନିମ୍ନ ଭଡ଼ା ୩୫୦୦ ଟଙ୍କା ଓ ସର୍ବାଧିକ ୧୦ ହଜାର ଟଙ୍କା ରଖାଯାଇଛି । ଅଗଷ୍ଟ ୨୪ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ଭଡ଼ା ବଳବତ୍ତର ରହିବ । ସବୁ ପ୍ରକାରର ବିମାନ ରୁଟ୍ ସାତୋଟି ଭାଗରେ ବିଭକ୍ତ କରାଯାଇଛି । ବିମାନ ସମୟକୁ ଆଖି ଆଗରେ ରଖି ଏଭଳି ବର୍ଗୀକରଣ କରାଯାଇଛି । ବିମାନ ସିଟ୍‌ର ୪୦ ପ୍ରତିଶତରୁ କମ୍ ସିଟ୍ ପାଇଁ ଧାର୍ଯ୍ୟ ଭଡ଼ା ରେଞ୍ଜର ଅଧାରୁ କମ୍ ଭଡ଼ା ନିଆଯିବ । ଅର୍ଥାତ୍ ମୁମ୍ବାଇ-ଦିଲ୍ଲୀ ବିମାନ ପାଇଁ ସର୍ବନିମ୍ନ ୩୫୦୦ ଓ ସର୍ବାଧିକ ୧୦ ହଜାର ଟଙ୍କା ରହିଛି । ବିମାନର ୪୦ ପ୍ରତିଶତ ସିଟ୍‌ର ମୂଲ୍ୟ ୬,୭୦୦ଟଙ୍କାରୁ କମ୍ ରହିବ । ଯାତ୍ରୀମାନେ ବିମାନ ଯାତ୍ରା ବେଳେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଓ ହ୍ୟାଣ୍ଡଗ୍ଲୋଭ୍‌ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବିମାନ ଉଡ଼ିବା ପୂର୍ବରୁ ଏହାକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯିବ । ଯାତ୍ରା ବେଳେ ବିମାନରେ କୌଣସି ଖାଦ୍ୟ ପରିବେଷଣ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 + fourteen =