ଜମ୍ମୁରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ

0 78

ଜାମ୍ମୁ / ଶ୍ରୀନଗର: ସୀମା ସୁରକ୍ଷା ବାହିନୀ (ବିଏସଏଫ) କର୍ମଚାରୀମାନେ ଆଜି ସକାଳ ପ୍ରାୟ ୪.୩୦ ସମୟରେ ଜାମ୍ମୁ କାଶ୍ମୀରର ଆର୍ନିଆ ସେକ୍ଟର ଅନ୍ତର୍ଗତ ଆନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନକୁ ଗୁଳି ଚଳାଇଥିଲେ । ଡ୍ରୋନ୍‌ ଆର୍ନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବାବେଳେ ସୌନିକମାନେ ଗୁଳି ଚଳାଇଥିଲେ । ଡ୍ରୋନ୍‌ ଗୁଳି ଚଳାଇବା ପରେ ତୁରନ୍ତ ଫେରି ଯାଇଥିଲା । ସୂତ୍ରରୁ ପ୍ରକାଶ ଯେ ଏହି ଅଞ୍ଚଳ ଉପରେ ନଜର ରଖିବା ପାଇଁ ପାକିସ୍ତାନ ଡ୍ରୋନ ପଠାଉଛି ।
ଜମ୍ମୁ ବାୟୁସେନା ଷ୍ଟେସନରେ ପାଞ୍ଚ ଦିନ ମଧ୍ୟରେ ଏହା ତୃତୀୟ ଥର ପାଇଁ ପାକିସ୍ତାନୀ ଡ୍ରୋନ୍‌ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆକ୍ରମଣ ପାଇଁ ପାକିସ୍ତାନ ଯୋଜନା ପ୍ରସ୍ତୁତ କରୁଛି, ଏହା ପଛରେ ଲସ୍କର-ଏ-ତାଇବା ମୁଖ୍ୟ ହାଫିଜ ସଇଦ ଏବଂ ଆଇଏସଆଇର ହାତ ରହିଥିବା ସନ୍ଦେହ କରାଯାଉଛି ।

hiring

hiranchal ad1
Leave A Reply

Your email address will not be published.

6 − two =