ଏଠାରେ ବିମାନ ଭଡାଠାରୁ ବଳଦଗାଡି ଭଡା ଅଧିକ, କାହିଁକି ଜାଣନ୍ତୁ

0 86

ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ମାନ୍ୟତା ବା ସ୍ୱୀକୃତି ହେତୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏପରି ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ବଳଦଗାଡିରେ ଯାତ୍ରା ପାଇଁ ଆପଣଙ୍କୁ ୫ ରୁ ୬ ହଜାର ଭଡା ଦେବାକୁ ପଡିବ । ଏକଥା ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଯଦି କେହି ଆପଣଙ୍କୁ ପଚାରନ୍ତି ୫ ରୁ ୭ କିଲୋମିଟର ଦୂରତା ପାଇଁ ବଳଦ ଗାଡିର ଭଡା କେତେ, ତେବେ ଆପଣ କେବଳ ୫୦ ରୁ ୮୦ ଟଙ୍କା କହିବେ କିମ୍ବା ସର୍ବାଧିକ ୧୦୦ ଟଙ୍କା କହିବେ । କିନ୍ତୁ ଏପରି ଏକ ସ୍ଥାନ ଅଛି ଆପଣଙ୍କୁ ୬ରୁ ୭ କି.ମି. ରାସ୍ତାକୁ ବଳଦ ଗାଡିରେ ଯିବାକୁ ହେଲେ ୬ରୁ ୭ ହଜାର ଖର୍ଚ୍ଚ କରିବାକୁ ପଡିବ । ଆପଣ ଭାବୁଥିବେ ଏହା ନିଶ୍ଚିତ ବିଦେଶରେ ହୋଇଥିବ । ବିଦେଶ ନୁହେଁ ବରଂ ଆମ ଦେଶରେ ରହିଛି ଏପରି ସ୍ଥାନ । ଏହି ସ୍ଥାନଟି ମଧ୍ୟପ୍ରଦେଶର ରତ୍ଲାମ ଜିଲ୍ଲାରେ ଅଛି । ବିବ୍ରୋଡ ଗ୍ରାମରେ ନିର୍ମିତ ଭଗବାନ ଋଷଭଦେବଙ୍କ ମନ୍ଦିରରେ ପହଞ୍ଚିବା ପାଇଁ ଲୋକଙ୍କୁ ବିମାନ ଭଡା ଅପେକ୍ଷା ବଳଦ ଗାଡିକୁ ଅଧିକ ଭଡା ଦେବାକୁ ପଡିଥାଏ ।

hiring


ବଳଦ ଗାଡିରେ ମନ୍ଦିରକୁ ଯିବା ପଛରେ ଏକ ବିଶ୍ୱାସ ରହିଛି । ଯଦି ଏହି ମନ୍ଦିରକୁ ବଳଦ ଗାଡିରେ ଯିବେ ଜୀବନରେ ସୁଖ ଏବଂ ସମୃଦ୍ଧତା ଅଧିକ ଆସେ । ଅନେକ ଲୋକ ଏଠାକୁ ଆସିବା ପୂର୍ବରୁ ବଳଦଗାଡି ବୁକ୍‌ କରନ୍ତି ଯାହା ଦ୍ୱାରା ସେମାନଙ୍କୁ ପରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଛୋଟ ପରିବାର ପାଇଁ ଛୋଟ ଗାଡି ବୁକ୍‌ କରିଥାନ୍ତି ଯାହାର ଭଡା ପ୍ରାୟ ୨ ହଜାର ଟଙ୍କା । ସେହିପରି ବଡ ପରିବାର ପାଇଁ ବଡ ବଳଦ ଗାଡି ବୁକ କରନ୍ତି । ବଡଗାଡି ଭଡା ବାବଦକୁ ଆପଣଙ୍କୁ ୫ ରୁ ୮ ହଜାର ଖର୍ଚ୍ଚ କରିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

19 − twelve =