ବିଗିଡିଲା କମଲ ନାଥଙ୍କ ସ୍ୱାସ୍ଥ୍ୟାବସ୍ଥା

0 176

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ (୭୪)ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବୁଧବାର ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଛି, ଯାହାର ରିପୋର୍ଟ ନେଗେଟିଭ ଆସିଛି । ପରୀକ୍ଷା ସମୟରେ ସାମାନ୍ୟ ସଂକ୍ରମଣ ଦେଖିବାକୁ ମିଳିଥିଲା । ତେଣୁ ତାଙ୍କର ଆଉଥରେ ଆରଟି ପିସିଆର ଟେଷ୍ଟ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
କମଲ ନାଥଙ୍କ ଘନିଷ୍ଠ ବନ୍ଧୁମାନେ କହିଛନ୍ତି ଯେ ଦୁଇ ତିନି ଦିନ ଧରି ଥଣ୍ଡା ଏବଂ ଜ୍ୱରରେ ପୀଡିତ ହେବା ପରେ ସେ ନିୟମିତ ଯାଞ୍ଚ ପାଇଁ ମେଡାଣ୍ଟା ଯାଇଥିଲେ । ଡାକ୍ତରଙ୍କ ପ୍ୟାନେଲ ତାଙ୍କୁ ସତର୍କତାମୂଳକ ଭାବରେ ଆଡମିଶନ କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ ।
କମଲ ନାଥଙ୍କ ସ୍ୱାସ୍ଥ୍ୟ ଅବନତି ସମ୍ପର୍କରେ ସୂଚନା ପାଇବା ପରେ ତାଙ୍କ ପୁଅ ତଥା ସାଂସଦ ନାକୁଲ ନାଥ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ସେ ନସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

14 − 11 =